ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ଛତିଶଗଡ ଦାନ୍ତେୱାଡାରେ ମାଓ ଆକ୍ରମଣରେ ୪ ଯବାନ ଶହୀଦ

ଛତିଶଗଡର ଦାନ୍ତେୱାଡାରେ ୪ ସିଆଇଏସଏଫ ଯବାନ ଶହିଦ

93

କନକ ବ୍ୟୁରୋ :  ମାଓବାଦୀଙ୍କ ଆକ୍ରମଣରେ ପୁଣି ୪ ଯବାନ ଶହୀଦ ହୋଇଥିବା ମିଳିଲା ସୂଚନା । ଛତିଶଗଡର ଦାନ୍ତେୱାଡାରେ ୪ ସିଆଇଏସଏଫ ଯବାନ ଶହିଦ । ମିଳିଥିବା ସୂଚନା ଅନୁସାରେ, ଯବାନମାନେ କମ୍ବିଂ କରୁଥିବା ସମୟରେ ମାଓବାଦୀମାନେ ସେମାନଙ୍କ ଗାଡିକୁ ଉଡାଇଦେଇଥିବା ଜଣାପଡିଛି । ସାରା ଦେଶ ଦୀପାବଳି ପାଇଁ ଉତ୍ସବ ମୁଖର ଥିବା ବେଳେ ମାଓବାଦୀମାନେ ପୁଣି ଏକ ଲଙ୍କାକାଣ୍ଡ ଘଟାଇଛନ୍ତି । ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଛି ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଗଦଲପୁରରେ ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି ।

 

ତେବେ ମୋଦିଙ୍କ ଗସ୍ତ ପୂର୍ବରୁ ପୁଣି ଥରେ ମାଓବାଦୀ ଏପରି କାମ କରିଥିବାରୁ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ । ଗତ ୨୭ ଅକ୍ଟୋବରରେ ମାଓ ହାମଲାରେ ୪ ଜଣ ଯବାନ ଶହୀଦ ହୋଇଥିଲେ । ଏହାସହ ଅକ୍ଟୋବର ୩୦ରେ ଜଣେ କ୍ୟାମେରା ମ୍ୟାନଙ୍କ ସହ ୨ ଯବାନ ଶହୀଦ ହୋଇଥିଲେ । ଏହାପରେ ଯବାନମାନେ କମ୍ବିଂ ଅପରେସନ ଜୋରଦାର କରିଛନ୍ତି । ଆସନ୍ତା ୧୨ ଓ ୧୮ରେ ସେଠାରେ ମତଦାନ ହେବ । ତେଣୁ ଭୋଟ ପୂର୍ବରୁ ଏପରି ଭାବରେ ମାଓବାଦୀଙ୍କ ବାରମ୍ବାର ଆକ୍ରମଣ ହେଉଥିବାରୁ ମତଦାତାଙ୍କ ମନରେ ଆଶଙ୍କା ରହିଥିବା ସୂଚନା ମିଳିଛି । ନିର୍ବାଚନକୁ ବିରୋଧ କରି ସେମାନେ ଏପରି କାଣ୍ଡ ରଚୁଥିବା ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।