ଚର୍ଚ୍ଚାରେ ଚେନ୍ନାଇ କୁକୁର ! ନିୟମ ଭାଙ୍ଗିଲେ ଭୁକୁଛି, ଲୋକଙ୍କୁ ସଚେତନ କରାଉଛି । ପଶୁଟିଏ ହୋଇ ମଧ୍ୟ ସମାଜକୁ ନୀତିନିୟମ ଶିଖାଇ ଦେଉଛି ।

455

କନକ ବ୍ୟୁରୋ : କଥାରେ ଅଛି, ସବୁଠାରୁ ବିଶ୍ୱାସୀ ପଶୁ କୁକୁର । କାରଣ ବିପଦ ହେଉ କିମ୍ବା କିଛି ଅଘଟଣ କୁକୁରକୁ ତାହା ଜଣାପଡ଼ିଥାଏ । ତେବେ ଲୋକମାନେ ନିୟମକୁ ହେ ଜ୍ଞାନ କରୁଥିବାବେଳେ କୁକୁରଟି ଏମିତି ଢ଼ଙ୍ଗରେ ସଚେତନ କରାଉଛି ତାହା ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପାଲଟିଛି ।

ଚେନ୍ନାଇର ପାର୍କ ଟାଉନ୍ ରେଲୱେ ଷ୍ଟେସନରେ ଲୋକଙ୍କୁ ସତର୍କ କରାଉଛି କୁକୁର । ରେଳ ଷ୍ଟେସନରେ କୁକୁରଟି ଭୁକି ଭୁକି ସେମାନଙ୍କୁ ସତର୍କ କରାଉଛି । ପ୍ରତିଦିନ ରେଳ ଷ୍ଟେସନରେ କାର୍ଯ୍ୟରତ ଆରପିଏଫଙ୍କ ସହ ମିଶି ପ୍ଲାଟଫର୍ମରେ ପେଟ୍ରୋଲିଂ କରୁଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପ୍ଲାଟଫର୍ମରେ ଯେଉଁ ଯାତ୍ର୍ରୀମାନେ ନିୟମ ଭାଙ୍ଗି ରେଳ ଧାରଣା ପାର୍ କରୁଛନ୍ତି କିମ୍ବା ଚଳନ୍ତା ଟ୍ରେନରୁ ଓହ୍ଲାଉଛନ୍ତି ବା ଚଢୁଛନ୍ତି, ସେମାନଙ୍କୁ ଲକ୍ଷ୍ୟ କରି କୁକୁରଟି ଭୁକୁଛି । ନିୟମ ଉଲ୍ଲଙ୍ଘନ ନ କରିବାକୁ କୁକୁରଟି ସେମାନଙ୍କୁ ପରାମର୍ଶ ଦେଉଛି ।

ସୂଚନା ମୁତାବକ, ଜଣେ ବ୍ୟକ୍ତି ଏହି କୁକୁରଟିକୁ ପାଳିଥିଲେ । ହେଲେ ପରେ ରେଳ ଲାଇନରେ ଛାଡ଼ି ତାକୁ ଦେଇଥିଲେ । ଏହାପରଠାରୁ ସେବେଠାରୁ କୁକୁରଟି ପଶୁ ହୋଇ ମଧ୍ୟ ଯାତ୍ରତ୍ରୀମାନଙ୍କୁ ସତର୍କ କରାଇବାରେ ଲାଗିଛି । ସବୁଠାରୁ ବଡ଼ କଥା ହେଲା, ସାମାନ୍ୟ କୁକୁରଟିଏ ହୋଇ ମଧ୍ୟ ଲୋକାମାନଙ୍କୁ ନିୟମ ଏବଂ ସତର୍କ ରହିବାକୁ ଭୁକି ଭୁକି ଜଣାଇବା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ପାଲଟିଛି ।