କନକ ବ୍ୟୁରୋ: ବଦଳିଯିବ ପୁରୀ ଶ୍ରୀମନ୍ଦିର ଚିତ୍ର । ପୁରୀକୁ ବିଶ୍ୱ ଐତିହ୍ୟ ସ୍ଥଳୀ କରିବା ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ବ୍ଲ୍ୟୁ ପ୍ରିଂଟ । ସ୍ୱର୍ଣ୍ଣ ମନ୍ଦିର ଶୈଳୀରେ ପାରିପାଶ୍ୱିକ ବିକାଶ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ନେଇ ଶ୍ରୀମନ୍ଦିର ଦାୟିତ୍ୱରେ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏଥିପାଇଁ ବାହାରୁ ପଥର ଖୋଦିତ ଟାଇଲସୁ ଆସିବ । ପଥର ଖୋଦିତ ଉପରେ ବିଭିନ୍ନ ଆଲୋକୀକରଣ କରାଯିବ ।
ଏହା ସହ ମେଘନାଦ ପାଚେରୀ କଡରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯିବ । ଅନେକ ସମୟରେ ପୁରୀରେ କଣ କରାଯିବ, ଆଉ କେଉଁ ଯାଗାରେ କେଉଁ ଭିର୍ତ୍ତିଭୂମୀ କରାଯିବ ସେ ନେଇ ଅନେକ କିଛି ପ୍ରାମାଣିକ ଚିତ୍ର ଦେଖାଇସାରିଛନ୍ତି ସରକାର । ଗୋଟିଏ ପଟେ ବେଆଇନ ଦୋକାନ ଘର ଠାରୁ ଅସୁରକ୍ଷିତ ମଠ ମନ୍ଦିରକୁ ଭାଙ୍ଗି ସାରିଛି ପ୍ରଶାସନ । ଆଉ କିଛି ଦିନ ପରେ ପୁଣି ୭୫ ମିଟର ପରିଧି ଭିତରେ ଥିବା ଘର, ଦୋକାନ, ହୋଟେଲ ଉଚ୍ଛେଦ କରିବେ ସରକାର ।
ଆଉ ଭଙ୍ଗାଯାଉଥିବା ଲୋକଙ୍କ ଘର ବାବଦରେ ସହାୟତା ବି ପ୍ରଦାନ କରାଯିବ । ଅନେକ ସମୟରେ ଲୋକଙ୍କର ପ୍ରଶ୍ନ ଆସେ ଯେ, କେଉଁ ଭଳି ହେବ ଶ୍ରୀମନ୍ଦିରର ରୂପରେଖ । ଏହାରି ଭିତରେ ଶ୍ରୀମନ୍ଦିର ଦାୟିତ୍ୱରେ ଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପୁରୀ ଶ୍ରୀମନ୍ଦିର ରୂପରେଖ ଠିକ ସ୍ୱର୍ଣ୍ଣ ମନ୍ଦିର ପରି ଅବିକଳ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/PURI-1.jpg)
/kanak/media/post_attachments/wp-content/uploads/2019/10/ED2zXD-VUAEAv6Z-300x199.jpg)
/kanak/media/post_attachments/wp-content/uploads/2019/10/IMG-20191009-WA0091-236x300.jpg)