ଆଜି ନୁହେଁ ତ କାଲି ବଦଳିବେ ଗୋଆ ମୁଖ୍ୟମନ୍ତ୍ରୀ ! ଏପରି ସୂଚନା ଦେଲେ ଖୋଦ କେନ୍ଦ୍ରମନ୍ତ୍ରୀ

ଗୋଆର ମୁଖ୍ୟମନ୍ତ୍ରୀ ଦିନେ ନା ଦିନେ ବଦଳାଇବା ପାଇଁ ପଡିବ

161

କନକ ବ୍ୟୁରୋ : ଗତ କିଛି ଦିନ ହେବ ଗୋଆର ମୁଖ୍ୟମନ୍ତ୍ରୀ ତଥା ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହୋର ପାରିକରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଥମେ ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ଖରାପ ହେବାରୁ ସେ ଆମେରିକା ଯାଇ ଚିକିତ୍ସା କରାଇ ଆସିଥିଲେ । ହେଲେ ପୁଣି ଥରେ ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ହୋଇଥିଲା । ତେବେ ଗତ ମାସରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କୁ ଦିଲ୍ଲୀ ଅଣାଯାଇ ଚିକିତ୍ସା କରାଯାଉଥିଲା । ଏହା ପରେ ପୁଣି ଥରେ ତାଙ୍କୁ ଗୋଆ ନିଅ।ଯାଇଥିବା ସୂଚନା ମିଳିଥିଲା । ତେବେ ଏହାରି ମଧ୍ୟରେ ଗୋଆରେ ପାରିକର ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ ତାହାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି ।

 

ତେବେ ଗତକାଲି କେନ୍ଦ୍ରୀୟ ଆୟୁଷ ଶ୍ରୀପଦ ନାଇକ ଯୋଗ ଦିବସ ପାଇଁ ଡାକିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମକୁ ଗୋଆର ମୁଖ୍ୟମନ୍ତ୍ରୀ ଦିନେ ନା ଦିନେ ବଦଳାଇବା ପାଇଁ ପଡିବ । କାରଣ ଆମେ ସମସ୍ତେ ଜାଣିଛନ୍ତି ଯେ, ସେଠାକାର ମୁଖ୍ୟମନ୍ତ୍ରୀଙ୍କର ଦେହ ଖରାପ ରହିଛି । ତେଣୁ ରାଜ୍ୟର ଶାସନ ପାଇଁ ଏପରି କରିବା ପାଇଁ ଆମେ ବାଧ୍ୟ ବୋଲି ସେ କହିଛନ୍ତି । ଏହାସହ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ଯେ, ବିଜେପିରେ ଗୋଆ ମୁଖ୍ୟମନ୍ତ୍ରୀକୁ ନେଇ ଗୁପ୍ତ ବୈଠକ ଚାଲିଛି । ତେବେ କେବେ ଏହା କାର୍ଯ୍ୟକାରୀ ହେବ ତାହାର କୌଣସି ସୂଚନା ମିଳିନାହିଁ ।