ଆକାଶପଥରୁ ଚନ୍ଦ୍ରଯାନ-୨ ପଠାଇଲା ପୃଥିବୀର ଫଟୋ ! ଜାଣନ୍ତୁ ଭାଇରାଲ ଫଟୋର ସତ କଣ?

1,573

କନକ ବ୍ୟୁରୋ : ମହାକାଶରୁ କେମିତି ଦେଖାଯାଏ ଆମ ପୃଥିବୀ । କେତେ ସୁନ୍ଦର ଆମ ପୃଥିବୀ । ତାହା ଜାଣିବା ପାଇଁ ଅନେକଙ୍କ ମନରେ ଉତ୍କଣ୍ଠା ରହିଛି । ଆକାଶ ପଥରୁ ପୃଥିବୀର ଅନେକ ଫଟୋ ମଧ୍ୟ ଇଣ୍ଟରନେଟରେ ଉପଲବ୍ଧ ଅଛି । କିନ୍ତୁ ସଜସଜ ଭାରତ ଚନ୍ଦ୍ରକୁ ପଠାଇଥିବା ଚନ୍ଦ୍ରାଯନ-୨ ଯାନ ମହାକାଶରୁ ପୃଥିବୀର ଏମିତି କିଛି ମନଲୋଭା ଫଟୋ ପଠାଇଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ଯେ, ବାସ୍ତବରେ କଣ ମହାକାଶରୁ ପୃଥିବୀ ଏମିତି ଦେଖାଯାଏ । ସୋସିଆଲ ମିଡିଆରେ ଏବେ ଏହିଭଳି କିଛି ଫଟୋ ଭାଇରାଲ ହୋଇଛି । ଯାହାକୁ ନେଇ କୁହାଯାଉଛି କି ଚନ୍ଦ୍ରଯାନ-୨ ଏଭଳି କିଛି ଫଟୋ ପଠାଇଛି ।

ପ୍ରଥମ ଫଟୋରେ କୁହାଯାଇଛି, ଆମେରିକା ଉପରେ ଚନ୍ଦ୍ରଯାନ-୨ ଉଡୁଥିବା ବେଳେ ଏହି ଫଟୋଟି ଉଠାଯାଇଛି । ଯେଉଁଥିରେ ପୃଥିବୀର ନିମ୍ନ ପାଶ୍ୱର୍ରେ ସୂର୍ଯ୍ୟର ରଶ୍ମୀ ପଡୁଥିବା ବେଳେ ଏହା ପୂରା ଲାଲ ଦେଖାଯାଉଛି ।

ଏହା ସେହି ସମୟର ଫଟୋ ଯେତେବେଳେ କଳା ଓ ଧଳା ବାଦଲ ମଧ୍ୟରେ ପୃଥିବୀ ଲୁଚି ରହିଛି ।

ଏହି ଫଟୋରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀକୁ ଏକାସଙ୍ଗରେ ଦେଖିବାକୁ ମିଳିଛି । ଯେଉଁଥିରେ ପୃଥିବୀର ଗୋଟିଏ କୋଣରେ ଜହ୍ନ ଚମକୁଥିବା ବେଳେ ଅନ୍ୟ କୋଣରେ ସୂର୍ଯ୍ୟଙ୍କର ଝଲକୁଥିବା କୁହାଯାଇଛି ।

ଏହି ଫଟୋରେ ନିମ୍ନପାଶ୍ୱର୍ରେ ଭାରତର ମାନଚିତ୍ର ଦେଖିବାକୁ ମିଳୁଥିବା ବେଳେ ଉପରପାଶ୍ୱର୍ରେ ସୂର୍ଯ୍ୟର ରଶ୍ମି ଦେଖିବାକୁ ମିଳୁଛି । ଯାହା ଏବେ ଭାଇରାଲ ହୋଇଛି ।

ଏହି ଫଟୋରେ ପୃଥିବୀର କୌଣସି କୋଣରେ ଆଗ୍ନେୟଗିରି ଉଦଗିରଣ ହେଉଥିବାର ଦେଖିବାକୁ ମିଳିଛି । ଆଉ କୁହାଯାଇଛି ଯେ, ଏହି ସ୍ଥାନକୁ ପୃଥିବୀର ହଟସ୍ପଟ୍ ମଧ୍ୟ କୁହାଯାଏ ।

ଏ ହେଉଛି ସେହି ଆଗ୍ନେୟଗିରି ଉଦଗିରଣ ସ୍ଥାନ । ଯାହାକୁ ଚନ୍ଦ୍ରଯାନ-୨ରେ ଲାଗିଥିବା କ୍ୟାମେରାରେ ଦୂରରୁ ଫଟୋ ନିଆଯାଇଛି ବୋଲି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କିନ୍ତୁ ଭାଇରାଲ ହେଉଥିବା ଫଟୋ ଗୁଡିକୁ ପୁରୁଣା ଫଟୋ ବୋଲି ଜଣାପଡିଛି । ଯାହାକୁ ଚନ୍ଦ୍ରଯାନ-୨ ସହ ଯୋଡାଯାଉଛି । ଚନ୍ଦ୍ରଯାନ-୨ ପୃଥିବୀର ଅନ୍ୟ ଏକ କକ୍ଷରେ ପ୍ରବେଶ କରି ସାରିଛି । ଏହାସହ ଏହି ଯାନ ଚନ୍ଦ୍ରର ଯେତିକି ନିକଟବର୍ତ୍ତୀ ହେବ ସେତିକି ରହସ୍ୟ ଉପରୁ ପରଦା ହଟିବ ।