ଅପେକ୍ଷାର ଅନ୍ତ ଘଟାଇ ଅନ୍ତରୀକ୍ଷ ଗଲା ବାହୁବଳୀ: ଜହ୍ନମାମୁକୁ ଯାତ୍ରା ଆରମ୍ଭ କରି ଇତିହାସ ରଚିଲା ଭାରତ

342

କନକ ବ୍ୟୁରୋ: ଚନ୍ଦ୍ରକୁ ଗଲା ଚନ୍ଦ୍ରାୟନ-୨ । ଜହ୍ନମାମୁକୁ ଯାତ୍ରା ଆରମ୍ଭ କଲା ଭାରତ । ଘଣ୍ଟା କଣ୍ଟାର ଟିକଟିକ ଶବ୍ଦରେ ଐତିହାସିକ ଯାତ୍ରା ଆରମ୍ଭ ହେଲା । ଠିକ୍ ୨ଟା ୪୩ ମିନିଟରେ ମହାକାଶକୁ ଅଭିଯାନ ଆରମ୍ଭ କଲା ଚନ୍ଦ୍ରାୟନ-୨ । ତେବେ ମାମୁ ଘରେ ବାହୁବଳୀ ପହଞ୍ଚିବା ପରେ ବଡ ସଫଳତା ପାଇବ ଭାରତ । ଆକାଶରେ ଇତିହାସ ରଚିବ ଇସ୍ରୋ ।

ତେବେ ଶ୍ରୀହରିକୋଟା ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ ଉତକ୍ଷେପଣ ପରେ ଇତିହାସ ରଚିଛି ଇସ୍ରୋ । ଦୀର୍ଘ ୩୧ ବର୍ଷ ପରେ ଜୁଲାଇ ୨୨ରେ ପୁଣି ଆକାଶକୁ ଅଭିଯାନ ଆରମ୍ଭବ କରିଛି ଭାରତ । ତେବେ ୪୮ରୁ ୫୦ ଦିନ ଭିତରେ ଭାରତର ମିଶନ ପୂରା ହେବ ଅର୍ଥାତ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ବାହୁବଳୀକୁ ୪୮ରୁ ୫୦ ଦିନ ଲାଗିବ ।

ପ୍ରକ୍ଷେପଣ ପୂର୍ବରୁ ଜିଏସଏଲଭି-ଏମକେ-୩ରେ ଇନ୍ଧନ ପୂରଣ କରାହୋଇଥିଲା । ଲିକ୍ୱିଡ ହାଇଡ୍ରୋଜେନ ପୂରଣ ପରେ ଚନ୍ଦ୍ର ଯାତ୍ରା ଆରମ୍ଭ ହେଲା । ତେବେ ଚନ୍ଦ୍ରଯାତ୍ରା ଉପରେ ନଜର ରଖିଛନ୍ତି ୨୫୦ ବୈଜ୍ଞାନିକ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ବାହୁବଳୀ । ତେବେ ପୂର୍ବରୁ ଗତ ୧୫ ତାରିଖରେ ଚନ୍ଦ୍ରାୟନ-୨ ଉତକ୍ଷେପଣ ହେବାର ଥିଲା । ଯାନ୍ତ୍ରିକ ତ୍ରୁଟି ପାଇଁ ସେତେବେଳେ ଉତକ୍ଷେପଣ ହୋଇ ପାରିନଥିଲା ।

ଚନ୍ଦ୍ରକୁ ଚନ୍ଦ୍ରାୟନ-୨ ପଠାଇବାରେ ଭାରତ ୪ର୍ଥ ଦେଶ । ଆମେରିକା, ଋଷ, ଚୀନ ପରେ ଭାରତ ୪ର୍ଥ ଦେଶ ହେଲା । ଜହ୍ନ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ସେଠାରେ ଜଳର ସନ୍ଧାନ କରିବା ଆଉ ଚନ୍ଦ୍ରର ଗଠନ ସମ୍ପର୍କରେ ତଥ୍ୟ ଦେବା । ତେବେ ଚନ୍ଦ୍ରରେ ପହଞ୍ଚିବା ପରେ ରୋଭର ଚନ୍ଦ୍ରପୃଷ୍ଠରେ ଶିଳାର ଫଟୋ ଉଠାଇ ପଠାଇବ । ରୋଭର ଲ୍ୟାଣ୍ଡର ଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ୧୪ ଦିନ ଯାଏଁ ଅନୁଧ୍ୟାନ କରିବ । ତେବେ ଏହି ମହାକାଶ ଅଭିଯାନ ପାଇଁ ଖର୍ଚ୍ଚ ହୋଇଛି ୯୭୮ କୋଟି । ଏବଂ ମହାକାଶ ଯାନ ପାଇଁ ଖର୍ଚ୍ଚ ହୋଇଛି ୬୦୩ କୋଟି ଟଙ୍କା ।

୨୦୧୮ ଅକ୍ଟୋବର ୨୨ରେ ଚନ୍ଦ୍ôରଯାନ-୧ର ଉତକ୍ଷେପଣ ହୋଇଥିଲା । ତେବେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଚନ୍ଦ୍ରକୁ ଚଢୁଛି ଚନ୍ଦ୍ରାୟନ । ଭାରତର ଏହି ଅଭିଯାନ ସଫଳ ହେଉ ଏହା ସମସ୍ତଙ୍କର ଶୁଭେଚ୍ଛା ।