ଚନ୍ଦ୍ରଯାନ-୨ : ମାତ୍ର ୧୫ ମିନିଟ୍ ଦୂରତାରେ ରାସ୍ତା ଭୁଲିଗଲା ଇସ୍ରୋର ଲ୍ୟାଣ୍ଡର ବିକ୍ରମ ! ଚଳଚଞ୍ଚଳ ଇସ୍ରୋ କଣ୍ଟ୍ରୋଲ୍ ରୁମ୍ ଅଚାନକ ଶୂନଶାନ ହୋଇଗଲା ।

913

ଭାରତର ମହତ୍ତ୍ୱାକାଂକ୍ଷୀ ମିଶନ୍ ଚନ୍ଦ୍ରଯାନ-୨ ଶୁକ୍ରବାର ମଧ୍ୟରାତ୍ରରେ ଚନ୍ଦ୍ରଠାରୁ ମାତ୍ର ୨.୧ କି.ମି. ଦୂରତାରେ ହିଁ ଥିବାବେଳେ ସଂପର୍କ ଛିନ୍ନ ହୋଇ ଯାଇଥିଲା । ଲ୍ୟାଣ୍ଡର ବିକ୍ରମକୁ ୧.୩୮ ମିନିଟ୍ ସମୟରେ ଚନ୍ଦ୍ରକୁ ଆଣିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଚନ୍ଦ୍ରଠାରୁ ମାତ୍ର ୨.୧ କିଲୋମିଟର ପୂର୍ବରୁ ହିଁ ଇସ୍ରୋ ସହ ତାହାର ସଂପର୍କ ବିଚ୍ଛିନ୍ନ ହୋଇଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ବିକ୍ରମ ଏବଂ ପ୍ରଜ୍ଞାନ ଲ୍ୟାଣ୍ଡର ସହ ସଂପର୍କ କରିବା ପାଇଁ ଅହରହ ଚେଷ୍ଟା ଚଲାଇଛନ୍ତି କିନ୍ତୁ ଏହା ଯଦି ସକ୍ରିୟ ହୁଏ ତେବେ କୌଣସି ଚମତ୍କାର ଠାରୁ ଏହା କମ୍ ହେବନି । ଏଭଳି କିଛି ଘଟଣାର ଆଶଙ୍କା ପୂର୍ବରୁ ହିଁ ବୈଜ୍ଞାନିକଙ୍କ ମନରେ ଆସିଥିଲା ଯେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ପହଁଚିବାର ୧୫ ମିନିଟ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ ସମୟ ହେବ ।

 

ରାତି ପ୍ରାୟ ୧.୩୮ ମିନିଟ୍ ରେ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରରେ ଅଣାଯିବାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ୧.୪୪ ମିନିଟରେ ରଫ୍ ବ୍ରେକିଙ୍ଗ୍ ର ଚରଣ ପାର୍ କରିଥିôଲା ବିକ୍ରମ । ଏହାପରେ ବୈଜ୍ଞାନିକ ଏହାର ସ୍ପୀଡକୁ କମ୍ କରିଥିଲେ । ୧.୪୯ ସମୟରେ ବିକ୍ରମ ଚନ୍ଦ୍ରମାର ଖୁବ୍ ନିକଟତର ମଧ୍ୟ ହୋଇଯାଇଥିଲା କିନ୍ତୁ ରାତ୍ର ୧.୫୨ ସମୟରେ ଚନ୍ଦ୍ରରେ ଓହ୍ଲାଇବାର ଅନ୍ତିମ ଚରଣରେ ଚନ୍ଦ୍ରଯାନ -୨ ପହଁଚି ଯାଇଥିଲା । ଚନ୍ଦ୍ରଯାନ-୨ କୁ ଚନ୍ଦ୍ରର ଅତି ନିକଟତର ହେଉଥିବା ଦେଖି ସମସ୍ତେ ଅନୁମାନ କରିଥିଲେ ଯେ ଲ୍ୟାଣ୍ଡର ବିକ୍ରମ ସଫଳତା ସ୍ୱରୁପ ଚନ୍ଦ୍ରରେ ଲ୍ୟାଣ୍ଡ କରିବ ।

କିନ୍ତୁ ଏହାପରେ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମର ସଂପର୍କ ଚ୍ଛିନ୍ନ ହୋଇଥିଲା । ଚଳଚଞ୍ଚଳ ହୋଇଥିବା ଇସ୍ରୋର କଣ୍ଟ୍ରୋଲ୍ ରୁମ୍ ଶୂନଶାନ୍ ହୋଇଯାଇଥିଲା ଏବଂ ବୈଜ୍ଞାନିକ ମାନେ ମୁଣ୍ଡରେ ହାତ ଦେଇ ବସିଥିଲେ । କୁହାଯାଉଛି ଯେ ଇସ୍ରୋର କଣ୍ଟ୍ରୋଲ୍ ରୁମ୍ ରେ ଲାଗିଥିବା ସ୍କ୍ରୀନ୍ ରେ ଆସୁଥିବା ଆକଳନ ଅଚାନକ ଥମିଯାଇଥିଲା । ଅପରପକ୍ଷରେ ଏହି ଦୃଶ୍ୟକୁ ଲାଇଭ୍ ଦେଖୁଥିବା ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ହତବାକ୍ ହୋଇଯାଇଥିଲେ । କିଛି ସମୟ ପରେ ଇସ୍ରୋ ପକ୍ଷରୁ ଲାଇଭ୍ ଷ୍ଟ୍ରିମିଙ୍ଗ୍ ମଧ୍ୟ ବନ୍ଦ କରାଯାଇଥିଲା ।