ବିଜେପି ପାଇଁ ସହଜ ନୁହେଁ ୨୦୧୯ ନିର୍ବାଚନ : ଆଗରେ ରହିଛି ୬ ଟି ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ।

40

ବର୍ଷର ଅନ୍ତିମ ସମୟରେ ରାଜସ୍ଥାନ,ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଏବଂ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ମଇଦାନରେ ନିଜ ଅସ୍ତିତ୍ୱକୁ କାଏମ୍ ରଖିବାକୁ ଏବେଠୁ ଅଣ୍ଟା ଭିଡିଲାଣି । ତେବେ ଏ ମଧ୍ୟରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ମଧ୍ୟ ସଂପର୍ଣ୍ଣ ହୋଇଯାଇଛି । ତେବେ ନିର୍ବାଚନ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସାମ୍ମାରେ ଠିଆ ହୋଇଥିବା ସମସ୍ୟା ତଥା ଚ୍ୟାଲେଞ୍ଜ ଉପରେ ବିସ୍ତାର ରୁପେ ଆଲୋଚନା କରାଯାଇଥିଲା ।

ତେବେ ଆସନ୍ତୁ ଜାଣିବା ନିର୍ବାଚନ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ସାମ୍ମାରେ କେଉଁ କେଉଁ ଚ୍ୟାଲେଞ୍ଜ ରହିଛି ।

୧. ପେଟ୍ରୋଲ-ଡିଜେଲ୍ ର ଆକାଶଛୁଆଁ ଦର :

ବିମୁଦ୍ରୀକରଣ ଏବଂ ଜିଏସଟି ଲାଗୁ ହେବା ପରେ ଲଗାତାର ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ଦର ମୋଦିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ବିପକ୍ଷ ଦଳ ଏଥିପାଇଁ ସରକାରକୁ ଟାର୍ଗେଟ୍ କରୁଛନ୍ତି । ବର୍ଦ୍ଧିତ ଦରକୁ ଆଖି ଆଗରେ କଂଗ୍ରେସ ସେପ୍ଟେମ୍ବର ୧୦ ତାରିଖରେ “ଭାରତ ବନ୍ଦ” ଡାକରା ଦେଇଥିଲା,ଯାହାକୁ ୨୧ ଟି ରାଜନୈତିକ ଦଳ ମଧ୍ୟ ସମର୍ଥନ ଜଣାଇଥିଲେ । ତେବେ ଏହି ବନ୍ଦ ଡାକରାରେ ଶିବସେନା କଂଗ୍ରେସକୁ ସହଯୋଗ କରିନଥିଲା କିନ୍ତୁ ପେଟ୍ରୋଲ-ଡିଜେଲର ବର୍ଦ୍ଧିତ ଦରକୁ ଦେଖି ସରକାରଙ୍କୁ ଏହି ଦଳ ମଧ୍ୟ ଟାର୍ଗେଟରେ ରଖିଛି । ମୁମ୍ବାଇର ବିଭିନ୍ନ ଜାଗାରେ ଶିବସେନା ପକ୍ଷରୁ ୨୦୧୫ ରୁ ନେଇ ୨୦୧୮ ପର୍ଯ୍ୟନ୍ତ ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସର ଦରଦାମକୁ ନେଇ ପୋଷ୍ଟର ଲଗାଯାଇଛି ।

୨. ଚାଷୀଙ୍କ ଅସନ୍ତୁଷ୍ଟତା :

କେନ୍ଦ୍ର ସରକାର ଫସଲର ନ୍ୟୁନତମ ସମର୍ଥନ ମୂଲ୍ୟ (ଏମଏସପି) ବଢାଇବା ପାଇଁ ଘୋଷଣା କରିଛି । କିନ୍ତୁ ପ୍ରଶ୍ନ ଉଠେ ଯେ କ’ଣ ଚାଷୀଙ୍କୁ ଉଚିତ୍ ଏମଏସପି ମିଳିପାରୁଛି । ବାମପନ୍ଥୀ ସଙ୍ଗଠନ ନେତୃତ୍ୱରେ ଦିଲ୍ଲୀରେ ଏକ ରାଲି ହୋଇଥିଲା ଯେଉଁଥିରେ ଦେଶରୁ ଲକ୍ଷ ଲକ୍ଷ ଚାଷୀ ଏଥିରେ ଯୋଗ ଦେଇଥିଲେ । ତେବେ ନିର୍ବାଚନୀ ବର୍ଷରେ ସରକାର ଚାଷୀଙ୍କ ସହ ଜଡିତ ହୋଇଥିବା ବିଭିନ୍ନ ଯୋଜନାର ପ୍ରଚାର ଏବଂ ପ୍ରସାର ଉପରେ ଧ୍ୟାନ ଦେବାକୁ ପଡିବ ଯାହା ଫଳରେ କୃଷକଙ୍କୁ କେଉଁ ପ୍ରକାର ସୁବିଧା ଉପଲବ୍ଧି କରାଯାଉଛି ସେ ବିଷୟରେ ସେମାନେ ଅବଗତ ହୋଇପାରିବେ ।

୩. ଭିଡ ହିଂସା :

ଦେଶରେ ଅଚାନକ ଭିଡ ହିଂସାର ଘଟଣାବଳୀ ସାମ୍ମାକୁ ଆସିଲା । ଭିଡଭିତରେ କିଛି ନିର୍ଦ୍ଦୋଶଙ୍କୁ ପିଟିପିଟି ମାରିଦେବା ଖବର ଆଇନ୍ ବ୍ୟବସ୍ଥାକୁ ଦୋହଲାଇ ଦେଇଥିଲା । ଗୁଜବକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଥିବା ହିଂସା ଆଇନ୍ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ପିଲା ଚୋର,ତସ୍କର,ଲଭ୍ ଜିହାଦ୍ ଭଳି ଗୁଜବ ପ୍ରସାରିତ ହେବା ପରେ ଏଭଳି ଖବର ସାମ୍ମାକୁ ଆସିଥିଲା । ତେବେ ଭିଡ ହିଂସାକୁ କମାଇବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଦେଶ ଦେଲେ ।
କେନ୍ଦ୍ର ସରକାର ମଧ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ହ୍ୱାଟସଆପକୁ ଏନେଇ ଚେତାବନୀ ଦେଇଥିଲା । ଚେତାବନୀ ସତ୍ତେ୍ୱ ବି ମବ୍ ଲିଚିଙ୍ଗ୍ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

୪. ଅନୁସୂଚିତ ଜାତି/ଜନଜାତି ଆକ୍ଟ :

କେନ୍ଦ୍ର ସରକାର ଦ୍ୱାରା ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିରୋଧକ) ଅଧିନିୟମ ସଂଶୋଧନ ପରେ ସ୍ୱର୍ଣ୍ଣ ସମାଜ କେନ୍ଦ୍ର ସରକାରଙ୍କ ଉପରେ ଖପ୍ପା ଅଛନ୍ତି । ଏହି ଆକ୍ଟ ବିପକ୍ଷରେ ସ୍ୱର୍ଣ୍ଣ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୬ ତାରିଖରେ ଦେଶବ୍ୟାପୀ ବନ୍ଦ ଆୟୋଜନ କରାଯାଇଥିଲା । ତେବେ ମଧ୍ୟପ୍ରଦେଶ,ଉତ୍ତରପ୍ରଦେଶ,ମହାରାଷ୍ଟ୍ର ଏବଂ ବିହାର ଭଳି ରାଜ୍ୟରେ ଏହାର ପ୍ରଭାବ ଅଧିକ ଦେଖାଯାଇଥିଲା । ବିଜେପି ସରକାରର ପାହ୍ୟା ଯେଉଁଠାରେ ଅଧିକ ରହିଛି ସେଠାରେ ଏଭଳି ପରିସ୍ଥିତି ଦଳ ପାଇଁ ସମସ୍ୟା ଆଣିବାକୁ କେନ୍ଦ୍ରୀତ କରୁଛି । କରଣୀ ସେନା ବିଜେପିର ସମ୍ପୁର୍ଣ୍ଣ ବିରୋଧ କରୁଛି ।

୫. ସୋସିଆଲ୍ ମିଡିଆ :

୨୦୧୪ ରେ ହୋଇଥିବା ଲୋକସଭା ନିର୍ବାଚନରେ ସୋସିଆଲ୍ ମିଡିଆରେ ବିଜେପି ଏବଂ ମୋଦିଙ୍କ ନିର୍ବାଚନ ଯାତ୍ରାକୁ ଯେଭଳି ସରଳ କରିଦେଇଥିଲା,ବର୍ତ୍ତମାନ ଏହା ହିଁ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାର କାରଣ ପାଲଟିଛି । ସୋସିଆଲ୍ ମିଡିଆରେ ବିଜେପି ଏବଂ ମୋଦିଙ୍କ ତୀବ୍ର ବିରୋଧ ଚାଲିଛି । ଏମିତିକି ମୋଦିଙ୍କ ବିପକ୍ଷରେ ବିଭିନ୍ନ ଆନ୍ଦୋଳନର ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇରହିଛି । ଚାଷୀ ଆନ୍ଦୋଳନରୁ ଆରମ୍ଭ କରି ଆରକ୍ଷଣ ଏବଂ ଏସସି/ଏସଟି ଆକ୍ଟ ବିରୋଧ ଆନ୍ଦୋଳନରେ ସୋସିଆଲ୍ ମିଡିଆ ବଡ ପ୍ଲାଟଫର୍ମ ହୋଇ ଠିଆ ହୋଇଛି ।

୬. ଡଲାର ମୁକାବିଲାରେ ହ୍ରାସ ପାଉଥିବା ଟଙ୍କା :

୨୦୧୪ ମସିହା ପୂର୍ବରୁ ମୋଦି ନିର୍ବାଚନ ଭାଷଣରେ ବାରମ୍ବାର ଭାରତୀୟ ମୁଦ୍ରା ହ୍ରାସ ପାଉଥିବା କଥା କହିଆସୁଥିଲେ । କିନ୍ତୁ ଏହା ଏବେ ତାଙ୍କ ପାଇଁ ଚିନ୍ତାର ବିଷୟ ପାଲିଟିଛି । ଡଲାର ମୁକାବିଲାରେ ଟଙ୍କା ୪୫ ପଇସା ହ୍ରାସ ପାଇଥିବା କଥା ୭୨.୧୮ ରେ ଖୋଲିଲା । ଅନ୍ୟପକ୍ଷେ ସେୟାର ବଜାର ମଧ୍ୟ ହ୍ରାସ ପାଇବା ଏବଂ ୧୦୦ ଅଙ୍କ ସେନ୍ସେକ୍ସକୁ ଛୁଇଁବା । ଯାହା ଐତିହାସିକ ହ୍ରାସ ବୋଲି ଧରିନିଆଯାଇଛି । ତେବେ ଏହା ପ୍ରଥମେ ଅଶୋଧିତ ତେଲ ଉପରେ ପଡେ । ଏଥିଯୋଗୁଁ ପେଟ୍ରୋଲ ଏବଂ ଡିଜେଲ ଦାମରେ ବୃଦ୍ଧି ଘଟେ
ଏବଂ ତେଲଦର ଆକାଶଛୁଆଁ ହୁଏ ।