ନିୟମ କୋହଳ ହେଲା, କମିବ କି ଜରିମାନା ପରିମାଣ? କେନ୍ଦ୍ରମନ୍ତ୍ରୀ କହିଲେ, ରାଜ୍ୟ ଚାହିଁଲେ କମାଇ ପାରିବେ ଜରିମାନା ପରିମାଣ ।

623

କନକ ବ୍ୟୁରୋ : ଓଡିଶାରେ ଲାଗୁହେବ କି ଗୁଜରାଟ ମଡେଲ । ଗୁଜୁରାଟ ଭଳି ଓଡିଶାରେ କମିବ କି ଜୋରିମାନାର ପରିମାଣ । ଗୁଜୁରାଟରେ ନୂଆ ମୋଟରଯାନ ନିୟମ କୋହଳ ହେବାପରେ ଏଭଳି କିଛି ପ୍ରଶ୍ନ ସାମନାକୁ ଆସିଛି । ଆଉ ଗଣମାଧ୍ୟମ ପ୍ରଶ୍ନର ଉତର ରଖି ପରିବହନ ସଚିବ ଜି. ଶ୍ରନିବାସ କହିଛନ୍ତି, ଅନ୍ୟ ରାଜ୍ୟ କଣ କରୁଛନ୍ତି ସେ ନେଇ ତର୍ଜମା ଚାଲିଛି । ଏହା ପରେ ପଦକ୍ଷେପ ନିଆଯିବ । ଏହା ସହିତ ଆରଟିଓ ଅଫିସ ଗୁଡିକୁ କିପରି ଦଲାଲ ମୁକ୍ତ କରାଯାଇପାରିବ ସେ ନେଇ ଉଦ୍ୟମ କରାଯାଉଛି ବୋଲି ସଚିବ କହିଛନ୍ତି । ସେପଟେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ରାଜ୍ୟଗୁଡିକ ଚାହିଁଲେ ଜୋରିମାନାର ପରିମାଣ କମାଇପାରିବେ ।

ନୂଆ ଟ୍ରାଫିକ୍ ନିୟମକୁ ରାଜ୍ୟ ସରକାର ଯେତେ ତତ୍ପରତା ସହ ଲାଗୁ କଲେ ଏବେ ତାଠୁ ଅଧିକ ତତ୍ପରତା ସହ ଜରିମାନା ବୋଝ ହାଲୁକା କରିବା ମନ ବଳାଇଛନ୍ତି । ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଜରିମାନାକୁ ୩ମାସ କୋହଳ କରାଗଲା । ଆଉ ଏବେ ନୂଆ ନିୟମକୁ ନେଇ ଅନ୍ୟ ରାଜ୍ୟ କ’ଣ କରୁଛନ୍ତି ସେ ନେଇ ତର୍ଜମା ଚାଲିଛି ବୋଲି ସୂଚନା ଦେଇଛନ୍ତି ପରିବହନ ସଚିବ ।

ଏଠି ଅନ୍ୟ ରାଜ୍ୟ କହିଲେ ବିଶେଷ କରି ଗୁଜୁରାଟକୁ ହିଁ ବୁଝାଉଛି । କାରଣ ଗୁଜୁରାଟର ରୁପାନୀ ସରକାର ଆଇନରେ ସଂଶୋଧନ କରି ଧାର୍ଯ୍ୟ ହୋଇଥିବା ଜରିମାନା ପରିମାଣକୁ ଅଧା କରିଦେଇଛି । ନଜର ପକାନ୍ତୁ ଗୁଜୁରାଟ ସରକାର କେଉଁ ବାଦଦକୁ କେତେ ଟଙ୍କା ଫାଇନ୍ ରଖିଛନ୍ତି ।

କେଉଁ ବାବଦକୁ କେତେ ଜରିମାନା?
-ହେଲମେଟ୍ ନପିନ୍ଧିଥିଲେ ହଜାରେ ବଦଳରେ ୫୦୦
-ସିଟ୍ବଲ୍ଟେ ବାନ୍ଧିନଥିଲେ ହଜାରେ ପରିବର୍ତ୍ତେ ୫୦୦
-ମୋଟର ସାଇକେଲରେ ୩ ଜଣ ଗଲେ ହଜାରେ ବଦଳରେ ୫୦୦
-ବିନା ଲାଇସେନ୍ସ କ୍ଷେତ୍ରରେ ବି କମିଛି ଜରିମାନା
-ଦୁଇ ଚକିଆ ଯାନ ପାଇଁ ୫ ହଜାର ବଦଳରେ ୨ହଜାର
-୪ ଚକିଆ ଯାନ ପାଇଁ ୫ ହଜାର ବଦଳରେ ୩ ହଜାର

ଏସବୁ ଭିତରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୂଆ ଟ୍ରାଫିକ ନିୟମକୁ ନେଇ ବଡ ବୟାନ ଦେଇଛନ୍ତି । ରାଜ୍ୟ ଚାହିଁଲେ ଜରିମାନା ଟଙ୍କା କମାଇ ପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଏହି ତମାମ୍ କସରତ ଭିତରେ ଓଡ଼ିଶାରେ ଜରିମାନା କଷ୍ଟକୁ ଲାଘବ କରିବା ପାଇଁ ଭରପୁର ଉଦ୍ୟମ ଜରି କରିଛି ପରିବହନ ବିଭାଗ । ଖୋଦ୍ ପରିବହନ ସଚିବ ଭୁବନେଶ୍ୱର ଆରଟିଓ-୧ କାର୍ଯ୍ୟାଳୟକୁ ଯାଇ ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଯେଉଁଥିରେ ସାଧାରଣ ଲୋକ କେମିତି ସୁବିଧାରେ ଡିଏଲ୍, ଆର୍ସି ପାଇପାରିବେ ଏବଂ ପୁରା ପ୍ରକ୍ରିୟା ଦଲାଲ୍ ମୁକ୍ତ ହୋଇପାରିବ ତା ଉପରେ ଗୁରୁତ୍ୱ ଦେଇଛନ୍ତି ।

ଏବେ ପ୍ରଶ୍ନ ହେଉଛି-
-ଓଡ଼ିଶାରେ କୋହଳ ହେବ କି ଜରିମାନାର ପରିମାଣ?
-ଗୁଜୁରାଟ ଭଳି ଓଡ଼ିଶାରେ ବି କମିବ କି ଜରିମାନ?
– ସତରେ କ’ଣ ଦଲାଲ୍ ମୁକ୍ତ ହୋଇପାରିବ ପରିବହନ କାର୍ଯ୍ୟାଳୟ? ଏଭଳି ତମାମ ପ୍ରଶ୍ନର ଉତ୍ତର ଅପେକ୍ଷାରେ ଗାଡି ଚାଳକ ।