କନକ ବ୍ୟୁରୋ : ଯେଉଁ ଅଫିସର ୮ ଦିନ ଭିତରେ ଲୋକଙ୍କ କାମ କରୁନାହାନ୍ତି, ସେମାନଙ୍କୁ ବାଡ଼େଇବା ପାଇଁ ମୁଁ କହିଦେବି । ଆରଟିଓମାନଙ୍କ ଏକ ବୈଠକରେ ଏଭଳି ନିର୍ଦ୍ଦେଶ ଦେଇ ଚର୍ଚ୍ଚାରେ ଆସିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ । ତେବେ ପ୍ରଶ୍ନ ଉଠୁଛି, ମାଡ଼ କ’ଣ ସମସ୍ୟାର ସମାଧାନ କି? ବରଂ ଲୋକସେବା ଅଧିକାର ଆଇନରେ ଧାର୍ଯ୍ୟ ସମୟରେ କାମ କରୁନଥିବା ଅଫିସରଙ୍କୁ ଦଣ୍ଡ ମିଳୁନାହିଁ କାହିଁକି ବୋଲି ପ୍ରଶ୍ନ ଉଠୁଛି ।
/kanak/media/post_attachments/wp-content/uploads/2019/05/Nitin-Gadkari.jpg)
ଆରଟିଓମାନଙ୍କର ଏକ ବୈଠକରେ ବସିଥିଲି । ସେଠିକି ଟ୍ରାନସପୋର୍ଟ କମିଶନର ଆସିଲେ । ମୁଁ କହିଲି ୮ ଦିନ ଭିତରେ ସମସ୍ୟାର ସମାଧାନ କର, ନହେଲେ ଲୋକଙ୍କୁ କହିବି ମାଡ଼ ମାରିବେ ।...ମୋ ଗୁରୁ ମେ।ତେ ଶିଖାଇଛନ୍ତି, ଯେଉଁ ବ୍ୟବସ୍ଥା କାମ ଦେଉନି ତାକୁ ଓପାଡ଼ି ଫିଙ୍ଗି ଦିଅ...
ମୁମ୍ବାଇର ଏକ ସଭାରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଏଭଳି ଏକ ବୟାନ ପୁଣି ଥରେ ବିବାଦ ଛିଡ଼ା କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ଏଭଳି ବୟାନ ଦେଇ ବିବାଦକୁ ଆସିଥିଲେ । ତେବେ ପ୍ରଶ୍ନ ଉଠୁଛି ଏହା ସମସ୍ୟାର ସମାଧାନ କି?
ଓଡ଼ିଶା ସରକାର ୨୦୧୨ରେ ତିଆରି କରିଥିଲେ ଲୋକସେବା ଅଧିକାର ଆଇନ । ଏହି ଆଇନ ଅନୁସାରେ ଏବେ ଲୋକଙ୍କୁ ୨୫ଟି ବିଭାଗର ପ୍ରାୟ ୩୫୦ରୁ ଅଧିକ ସେବା ଧାର୍ଯ୍ୟ ସମୟରେ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ତେବେ ଏଥିରେ ଯେଉଁ ଅଧିକାରୀମାନେ ଧାର୍ଯ୍ୟ ସମୟରେ କାମ ନକଲେ ତାଙ୍କୁ ଦଣ୍ଡ ଦେବା ନେଇ କୌଣସି ସୂଚନା ସାଧାରଣରେ ପ୍ରକାଶ କରାଯାଉନାହିଁ ।