ଗଣମାଧ୍ୟମଗୁଡିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା: ଦଳିତ ପରବର୍ତ୍ତେ ବ୍ୟବହାର କର ଅନୁସୂଚିତ ଜାତି

34

କନକ ବ୍ୟୁରୋ: ଦଳିତ ଶବ୍ଦ ପରିବର୍ତ୍ତେ ଅନୁସୂଚିତ ଜାତି ବ୍ୟବହାର କରିବାକୁ କେନ୍ଦ୍ର ସରକାର ଗଣମାଧ୍ୟମ ଗୁଡିକୁ କୁହାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଆସିଛି । ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଭଳି ନିର୍ଦ୍ଦେଶନାମା ଆସିଛି । କେନ୍ଦ୍ରର ଏହି ନିର୍ଦ୍ଦେଶ ପରେ ବିବାଦ ସୃଷ୍ଟି ହୋଇଛି ।

ଅନେକ ନେତା କହିଛନ୍ତି, ଏହାଦ୍ୱାରା ଦଳିତଙ୍କ ସ୍ଥିତିରେ କୌଣସି ପରିବର୍ତନ ହେବନାହିଁ । ଚଳିତ ବର୍ଷ ଦଳିତ ଆନ୍ଦୋଳନକୁ ନେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତରପ୍ରଦେଶ, ରାଜସ୍ଥାନ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ହିଂସା ଅଣାୟତ ହୋଇଥିଲା ।