ମୁଖ୍ୟମନ୍ତ୍ରୀଙ୍କୁ ଓଡିଆ ଶିଖାଇବାକୁ ଉଦ୍ୟମ କରି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ କୁ ଅଟକ ରଖିଛି ପୁଲିସ । ଇତିଶଙ୍କ ସମେତ ଛାତ୍ର କଂଗ୍ରେସର ମୋଟ୍ ୫ ଜଣଙ୍କୁ ଏୟାରଫିଲ୍ଡ ଥାନାରେ ଅଟକ ରଖିଛି ପୁଲିସ୍ । ନବୀନ ନିବାସ ନିକଟରେ ବର୍ଣ୍ଣବୋଧ ଧରି ବିକ୍ଷୋଭ କରୁଥିବା ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୁଲିସ୍ । ଗତକାଲି ଉତ୍କଳ ଦିବସ ଅବସରରେ ମଧ୍ୟ ଏଭଳି ଉଦ୍ୟମ କରୁଥିବା ବେଳେ ପୁଲିସ୍ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)