ସାବାସ ସେନା! ଏୟାରଷ୍ଟ୍ରାଇକ ପରେ ସାରା ଭାରତରେ ବାୟୁସେନାକୁ ପ୍ରଂଶସା, ସହିଦଙ୍କ ପରିବାର କହିଲେ, ମ୍ୟାପରୁ ଲିଭିଯାଉ ପାକିସ୍ତାନ

133

କନକ ବ୍ୟୁରୋ : ପାକ ଅଧିକୃତ କାଶ୍ମୀରରେ ପଶିଲା ଭାରତୀୟ ସେନା । ଜୈଶ-ଇ-ମହମ୍ମଦ ଆଡ୍ଡା ଉପରେ ବାୟୁସେନାର ଘନ ଘନ ଆକ୍ରମଣ । ପାଖାପାଖି ୩୦୦ ଆତଙ୍କବାଦୀ ନିହତ । ଏହି ଖବର ଯେତେବେଳେ ପ୍ରଚାର ହେଲା ସେତେବେଳେ ସହିଦ ଓଡିଆ ଯବାନ ମନୋଜ ଓ ପ୍ରସନ୍ନଙ୍କ ପରିବାରରେ ଖୁସି କହିଲେ ନସରେ । ଏମିତି ଆକ୍ରମଣ ଜାରି ରହିଲେ ସହିଦଙ୍କ ଆତ୍ମାକୁ ଶାନ୍ତି ମିଳିବ ବୋଲି କହିଛନ୍ତି ସହିଦଙ୍କ ପରିବାର ।

ସହିଦ ମନୋଜ ଅମର ରହେ । ଭାରତ ମାତା କି ଜୟ । ବାୟୁସେନାର ଆକ୍ରମଣ ପରେ ପରେ ଏହିପରି ନାରା ଶୁଭିଥିଲା ସହିଦ ମନୋଜଙ୍କ ସ୍କୁଲ ପରିସରରେ । ଆତଙ୍କବାଦୀଙ୍କ ମୃତ୍ୟୁ ଖବର ପାଇବା ପରେ ସହିଦ ମନୋଜଙ୍କ ଗାଁ ଓ ସ୍କୁଲରେ ଖେଳି ଯାଇଥିଲା ଖୁସିର ଲହରୀ । ଆତଙ୍କବାଦୀଙ୍କ ମୁଳତ୍ପାଟନ ହେଉ । ଆହୁରି ଆତଙ୍କବାଦୀ ମରିଲେ ଖୁସି ହେବୁ । ନିପାତ ହୋଇଯାଆନ୍ତୁ ଆତଙ୍କବାଦୀ । ଆହୁରି କଡା ଜବାବ ଦରକାର । ଏମିତି ଅଭିଯାନ ଜାରି ରଖୁ ଭାରତ । କିଛି ଏହିପରି ଭାଷାରେ କହିଛନ୍ତି ସହିଦ ମନୋଜଙ୍କ ପରିବାର ସଦସ୍ୟ । ତାହେଲେ ଯାଇ ସହିଦ ମନୋଜଙ୍କ ଆତ୍ମାକୁ ଶାନ୍ତି ମିଳିବ ।

ଅନ୍ୟପଟେ ଜଗତସିଂହପୁରରେ ସହିଦ ପ୍ରସନ୍ନଙ୍କ ପରିବାରଲୋକଙ୍କ ମଧ୍ୟରେ ଅନୁରୁପ ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରତିକ୍ରିୟାରେ ସେମାନେ କହିଛନ୍ତି , ଆତଙ୍କବାଦର ବିଲୋପ ହେଉ । ଆଗକୁ ଆହୁରି ସେମିତି ଆକ୍ରମଣ ହେଉ । ମ୍ୟାପରୁ ଲିଭିଯାଉ ପାକିସ୍ତାନ । ପାକିସ୍ତାନ ଉପରେ ହମଲା ଜାରି ରହୁ । ସହିଦ ପ୍ରସନ୍ନଙ୍କ ପ୍ରାଣବଳି ବ୍ୟର୍ଥ ନଯାଉ । ତା ହେଲେ ଯାଇ ପ୍ରସନ୍ନଙ୍କ ଆତ୍ମକୁ ଶାନ୍ତି ମିଳିବ । ପ୍ରସନ୍ନଙ୍କୁ ହରାଇଥିବା ପରିବାର ଲୋକେ କିପରି ପ୍ରତିଶୋଧର ନିଆଁରେ ଜଳୁଛନ୍ତି, ତାହା ଏହି ପ୍ରତିକ୍ରିୟାରୁ ସ୍ପଷ୍ଟ ଜଣାପଡୁଛି ।

ପୁଲବାମା ଆତଙ୍କୀ ହମଲାରେ ପ୍ରାଣବଳି ଦେଇଥିବା ଏହି ସହିଦଙ୍କ ପରିବାର ଏବେ ବି ଜଳୁଛନ୍ତି ବଦଲାର ନିଆଁରେ । ଦେଖିବାର ଅଛି ଏହି ଆକ୍ରମଣ ପରେ ମୁକାବିଲା କରିବା ପାଇଁ ଶତ୍ରୁ ପକ୍ଷର କେତେ ଦମ ଅଛି । କିଛି ବି ହେଉ ଆତଙ୍କୀ ଓ ଆତଙ୍କବାଦକୁ ମୁଳରୁ ନିପାତ କରିବାପାଇଁ ଏକ ପ୍ରକାର ଜିଦରେ ଅଛନ୍ତି ସହିଦଙ୍କ ପରିବାର । ଆଉ ତାହା ହିଁ ହେବ ଏହି ସହିଦ ଯବାନଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ।

ପାକିସ୍ତାନ ବିରୋଧରେ ଭାରତ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯିବା ପରେ ଦେଶର ବିଭିନ୍ନ ପ୍ରାନ୍ତରୁ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ଲୁଧିୟାନାରେ କିଛି ଲୋକେ ଏୟାର ଷ୍ଟ୍ରାଇକ ଯୋଗୁଁ ଖୁସି ବ୍ୟକ୍ତ କରିବା ସହ ଉତ୍ସବ ମନାଇଛନ୍ତି । ବାଣ ଫୁଟାଇ ଭାରତୀୟ ସେନାର ଏଭଳି କାର୍ଯ୍ୟକୁ ସେମାନେ ସାବାସି ଦେଇଛନ୍ତି ।

ସେପଟେ ଲକ୍ଷେ୍ନøରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଜତୀୟ ପତାକା ଉଡାଇ ପାକ୍ ବିରୋଧରେ ଏୟାର ଷ୍ଟ୍ରାଇକର ଖୁସି ମନାଇଛନ୍ତି ଲୋକେ । ହିନ୍ଦୁସ୍ତାନ ଜିନ୍ଦାବାଦ,ପାକିସ୍ତାନ ମୁର୍ଦ୍ଦାବାଦ ନାରା ମଧ୍ୟ ଶୁଣିବାକୁ ମିଳିଛି । ଏପରିକି ପରସ୍ପରକୁ ମିଠା ମଧ୍ୟ ଖୁଆଇ ଖୁସି ମନାଯାଉଥିବା ଦେଖିବାକୁ ମିଳିଛି ।

ଡେରାଡୁନରେ ବି ଦେଖିବାକୁ ମିଳିଛି ସେଲିବ୍ରେସନ । କିଛି ଛାତ୍ରଛାତ୍ରୀ ଏନେଇ ଖୁସି ବନାଇଛନ୍ତି । ଛାତ୍ରଛାତ୍ରୀଙ୍କ ସହ ସ୍ଥାନୀୟ ଲୋକ ମଧ୍ୟ ସାମିଲ ହୋଇଛନ୍ତି । ଭୋପାଳରେ ବି ସ୍ଥାନୀୟ ଲୋକେ ମିଠା ବାଂଟି ବାଣ ଫୁଟାଇ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକକୁ ସ୍ୱାଗତ କରିଛନ୍ତି ।