ଆଜି ରାଜ୍ୟବ୍ୟାପୀ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ! ଲ’ କମିଶନ ଅଫ ଇଣ୍ଡିଆଙ୍କ ନୂଆ ନିୟମକୁ ବିରୋଧ

34

କନକ ବ୍ୟୁରୋ : ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଆଜି ରାଜ୍ୟବ୍ୟାପୀ ଆଇନଜୀବୀଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ‘ଆଡଭୋକେଟ୍ ଆକ୍ଟ-୧୯୬୧’ରେ ସଂଶୋଧନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଇନଜୀବୀମାନେ । ଲ’ କମିଶନ୍ ଅଫ୍ ଇଣ୍ଡିଆଙ୍କ ନୂଆ ନିୟମ ‘ଆଡଭୋକେଟ୍ ଆକ୍ଟ-୧୯୬୧’କୁ ବିରୋଧ କରିଛନ୍ତି ଆଇନଜୀବୀ ।

ସଂଶୋଧିତ ନୂଆ ନିୟମ ଅନୁଯାୟୀ ଆଇନଜୀବୀ ମାନେ ଆନ୍ଦୋଳନ କରିପାରିବେ ନାହିଁ । ଯଦି ଆନ୍ଦୋଳନ କରନ୍ତି ତେବେ ଆନ୍ଦୋଳନ ସମୟରେ ମହକିଲଙ୍କ ଯାହା କ୍ଷତି ହେବ ତା’ର କ୍ଷତିପୂରଣ ଆଇନଜୀବୀ ବହନ କରିବେ । ତେବେ ଲ’ କମିଶନ୍ଙ୍କ ଏଭଳି ନିଷ୍ପତିକୁ ଗ୍ରହଣ କରିନାହାନ୍ତି ଆଇନଜୀବୀ । ଏହି ନୂଆ ନିୟମ ଆଇନଜୀବୀଙ୍କ ସ୍ୱାର୍ଥ ବିରୋଧୀ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ‘ଆଡଭୋକେଟ୍ ଆକ୍ଟ-୧୯୬୧’ରେ ସଂଶୋଧନକୁ ପ୍ରତିବାଦ କରି ଆଜି ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଆଇନଜୀବୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-