ସିବିଏସଇର ବଡ଼ ନିଷ୍ପତି ! ୨୦୨୦ରୁ ବଦଳିଯିବ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଗଣିତ ପରୀକ୍ଷାର ରୂପରେଖ ।

244

କନକ ବ୍ୟୁରୋ: ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷଠାରୁ ବଦଳିବ ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଗଣିତ ପରୀକ୍ଷାର ରୂପରେଖ । ଆସନ୍ତା ବର୍ଷରୁ ଦଶମ ଶ୍ରେଣୀ ଛତ୍ରଛାତ୍ରୀମାନେ ଦୁଇଟି ବିକଳ୍ପରେ ପରୀକ୍ଷା କରିବାକୁ ଯୋଜନା କରିଛନ୍ତି କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ଼ ବା ସିବିଏସଇ । କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇର ସୂଚନା ମୁତାବକ ବୋର୍ଡ ପରୀକ୍ଷା ୨୦୨୦ ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କ ନିମନ୍ତେ ଏକ ବେସିକ୍ ଏବଂ ଏକ ମାନକ ଗଣିତ ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଛି ।

ତେବେ ଆସନ୍ତା ବର୍ଷ ଠାରୁ ସିବିଏସଇ ଛାତ୍ରଛାତ୍ରୀଙ୍କୁ ଗଣିତ ବେସିକ୍ ଏବଂ ଷ୍ଟାଣ୍ଡାର୍ଡ ଗଣିତ ଉପରେ ପରୀକ୍ଷା କରିବାକୁ ଯୋଜନାର ପ୍ରସ୍ତାବ ଦେଇଛି । ଗଣିତକୁ ବର୍ତମାନ ସ୍ତର , ଗୁଣମାନ ଏବଂ ପାଠ୍ୟକ୍ରମ ଉଭୟ ସମାନ ରହିବ । ମୁଖ୍ୟତଃ ବୋର୍ଡ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ସଠିକ୍ ମୂଲ୍ୟାଙ୍କନ କିଭଳି କରାଯିବ । ସେନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତି ନିଆଯାଇଛି ।

ସେପଟେ ଏଲଓସି ଭରିବା ସମୟରେ ଛାତ୍ରଛାତ୍ରୀଙ୍କ ପାଖରେ ଗଣିତ ମାନକ କିମ୍ବା ଗଣିତ ବେସିକ ପାଇଁ ଚୟନ କରିବାକୁ ବିକଳ୍ପ ରହିବ । ଉଚ୍ଚ ଶ୍ରେଣୀରେ ଗଣିତ ପଢିବା ପାଇଁ ରୁଚି ରଖିଥିବା ଛାତ୍ରଙ୍କ ପାଇଁ ଷ୍ଟାଣ୍ଡାର୍ଡ଼ ଗଣିତ ରହିବ ଏବଂ ଆଗକୁ ନପଢିବା ପାଇଁ ରୁଚି ରଖିଥିବା ଛାତ୍ରଙ୍କ ପାଇଁ ବେସିକ ଗଣିତ ରଖାଯାଇଛି । ତେବେ ବଦଳିବାକୁଥିବା ଏହି ନିୟମରେ ସିବିଏସଇ ସିଲାବସ୍,କ୍ଲାସରୁମ ପଢ଼ାଶୌଳୀ କିମ୍ବା ଗାଣିତିକ ସଂରଞ୍ଜାମରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।