ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ସିବିଆଇ ! ଜମି ଆବଂଟନ ମାମଲାରେ ଭୂପେନ୍ଦ୍ରସିଂ ହୁଡ୍ଡାଙ୍କ ବାସଭବନ ସମେତ ୩୦ଟି ସ୍ଥାନରେ ଚଢାଉ ।

102

କନକ ବ୍ୟୁରୋ : ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡାଙ୍କ ଘରେ ପସିଛି ସିବିଆଇ । ପୁରୁଣା ଜମି ଆବଂଟନ ମାମଲା ନେଇ ଅଧିକ ଖୋଲତାଡ କରିବାକୁ ଆଜି ଏକ ଟିମ୍ ତାଙ୍କ ରୋହତକ ସ୍ଥିତ ବାସଭବନରେ ପସିଛନ୍ତି । ଏହା ସହ ଦିଲ୍ଲୀ ଓ ହରିଆଣାର ୩୦ଟି ସ୍ଥାନରେ ଚଢଉ କରିଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଚଢଉ ବେଳେ ଘରେ ଉପସ୍ଥିତ ଥିବା ହୁଡା କହିଛନ୍ତି, ଏହା ତାଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ସିବିଆଇ ।ଅବୈଧ ଜମି ବଂଟନ ମାମଲାରେ ତନାଘନା । ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡାଙ୍କ ରୋହତକ ସ୍ଥିତ ବାସଭବନରେ ଚଢଉ କରିଛି ସିବିଆଇ । ହୁଡା ଓ ଅନ୍ୟ କେତେ ଜଣଙ୍କ ବିରୋଧରେ ସିବିଆଇ ନୂଆ ମାମଲା ରୁଜୁ କରିଛି । ୨୦୦୪ ରୁ ୨୦୦୭ ମଧ୍ୟରେ ଜମି ଆବଂଟନରେ ଏକ ବଡ ଧରଣ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସିବିଆଇ ହରିଆଣା ଓ ଦିଲ୍ଲୀର ପ୍ରାୟ ୩୦ରୁ ଅଧିକ ସ୍ଥାନରେ ଚଢଉ କରିଛି । ଏହି ଚଢଉକୁ  ରାଜନୈତିକ ପ୍ରତିହିଂସାକ ଫଳ ବୋଲି କହିଛନ୍ତି ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡା ।

ପୂର୍ବରୁ ଭୂପେନ୍ଦ୍ର ସିଂ ହୁଡାଙ୍କୁ ପଂଚକୁଲା ଜମି ବଂଟନ ଘୋଟାଲାରେ ମଧ୍ୟ ସିବିଆଇକୁ ଚାର୍ଜସିଟ୍ ଦାଖଲ କରିବାକୁ ଅନୁମତି ମିଳି ସାରିଛି । ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପାଇଁ ରାଜ୍ୟପାଳଙ୍କୁ ଅନୁମତି ଜରୁରୀ ଥିଲା । ହୁଡାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ନ୍ୟାସନାଲ ହେରାଲ୍ଡର ସହଯୋଗୀ  କମ୍ପାନୀ ଏଜେଏଲ ଜମି ବାଂଟିଥିଲା । ଏହି ମାମଲାରେ ତାଙ୍କ ବିରୋଧରେ ଚାର୍ଜ ସିଟ୍ ଦାଖଲ ହୋଇ ସାରିଛି । ମୁଖ୍ୟମନ୍ତ୍ରୀ ଥିବା ବେଳେ ହରିଆଣା ସହର ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ମଧ୍ୟ ଥିଲେ ହୁଡା । ଏହି ସମୟରେ ଗୋଟିଏ ଜମିକୁ ଏକାଧିକ ଥର ବଂଟନ କରାଯାଇଥିବା ଅଭିଯୋଗ ହୋଇଥିଲା ।