ରିଲିଜ ପୂର୍ବରୁ ବିବାଦ ଘେରରେ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ : ଅନୁପମ୍ ଖେର ଓ ଅକ୍ଷୟ ଖାନ୍ନାଙ୍କ ବିରୋଧରେ ମାମଲା ରୁଜୁ 

144

ବଲିଉଡ ଅଭିନେତା ଅନୁପମ ଖେରଙ୍କ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ଉପରେ ବିବାଦ ବନ୍ଦ ହେବାର ନାଁ ନେଉନି । ଏହି ବିଷୟରେ ଏକ ତାଜା ଖବର ଏହା ଯେ, ଫିଲ୍ମକୁ ନେଇ ମୁଜଫରପୁର ସିଜେଏମ୍ କୋର୍ଟରେ ମାମଲା ରୁଜୁ କରାଯାଇଛି । ଅଭିଯୋଗକାରୀ ସୁଧୀର ଝା ଦୋଷାରୋପ କରିଛନ୍ତି କି, ଏହି ଫିଲ୍ମ ଜରିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଅନ୍ୟ ବଡ ନେତାଙ୍କ ଛବି ଖରାପ କରିବାକୁ ଚେଷ୍ଟା କରାଯାଉଛି ।

ଏହି ମାମଲାରେ ଅଭିଯୋଗକାରୀ ଫିଲ୍ମରୀ କାଷ୍ଟ ଅନୁପମ୍ ଖେର, ଅକ୍ଷୟ ଖାନ୍ନାଙ୍କ ବ୍ୟତୀତ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କ ସମେତ ୧୪ ଲୋକଙ୍କ ଉପରେ ମାମଲା ରୁଜୁ କରିଛନ୍ତି । ଏହି ମାମଲାର ଆଗାମୀ ଶୁଣାଣି ୮ ଜାନୁୟାରୀରେ ହେବ । ଏହି ଫିଲ୍ମ ୧୧ ଜାନୁୟାରୀରେ ରିଲିଜ ହେବାକୁ ଯାଉଛି । ସୁଧୀର ଝା କହିଛନ୍ତି କି, ଏହି ଫିଲ୍ମ ଜରିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ସୋନିୟା ଗାନ୍ଧୀ, ରାହୁଲ ଗାନ୍ଧୀ, ସୁଷମା ସ୍ୱରାଜ, ଅଟଳ ବିହାରୀ ବାଜପେୟୀ, ଲାଲୁ ପ୍ରସାଦ ଯାଦବ ଓ ମାୟାବତୀଙ୍କୁ ଅପମାନିତ କରାଯାଇଛି । ପ୍ରଥମେ ଏହି ଫିଲ୍ମରେ କଳାକାରଙ୍କ ରୂପର ପ୍ରଶଂସା କରାଯାଉଥିଲା । କିନ୍ତୁ ଟ୍ରେଲର ପରେ ଭିନ୍ନ ପ୍ରକାରର ପରିବେଶ ସୃଷ୍ଟି ହୋଇଯାଇଛି । ଏହି ଫିଲ୍ମର ବିଷୟବସ୍ତୁକୁ ନେଇ ମହାରାଷ୍ଟ୍ର ୍ରୟୁଥ କଂଗ୍ରେସ ବି ପ୍ରଶ୍ନ କରିଛି । ଏହାପରେ ବିଜେପିର ଅଲିଗଢ଼ ୟୁନିଟ୍ ଦାବି କରିଥିଲେ କି, ବିବାଦକୁ ଦେଖି ଅନୁପମ ଖେର ଓ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ଟିମ୍ କୁ ସୁରକ୍ଷା ପ୍ରଦାନ କରାଯାଉ ।