ଚାରିକିଟିଏ ପାଇଁ କଡା ସଂଘର୍ଷ : ଫୁଟପାଥରେ ବିତୁଛି ରାତି

21

ଭୁବନେଶ୍ୱର: ଚାରିକିଟିଏ ପାଇଁ କଡା ସଂଘର୍ଷ କରିବାକୁ ପଡୁଛି ପ୍ରାର୍ଥୀଙ୍କୁ । ଫୁଟପାଥରେ ବିତୁଛି ରାତି । ଶୋଇବାକୁ ଘର ନାହିଁ କି ଖାଇବା, ପିଇବାକୁ ବି ନାହିଁ । ରାଜ୍ୟ ବାହାରୁ ଆସିଥିବା ଏହି ପରୀକ୍ଷାର୍ଥୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବିହାର, ଉତର ପ୍ରଦେଶ, ଉତରାଖଣ୍ଡ ଓ ମଧ୍ୟପ୍ରଦେଶରୁ ହଜାର ହଜାର ପରୀକ୍ଷାର୍ଥୀ ଆସିଛନ୍ତି ରେଳବାଇ ଓ ଆର୍ମିରେ ବିଭିନ୍ନ ପଦ ପଦବୀ ଲାଗି ପରୀକ୍ଷା ଦେବାକୁ । ହେଲେ ରହିବା, ଖାଇବା ଓ ସେଂଟର ଖୋଜିବା ଏମାନଙ୍କ ପାଇଁ କାଠିକର ପାଠ ହୋଇଛି । ରାଜ୍ୟ ବାହାରୁ ପ୍ରାୟ ୧୦ ହଜରରୁ ଅଧିକ ପରୀକ୍ଷାର୍ଥୀ ଡେରା ପକାଇଛନ୍ତି । ସ୍ୱଳ୍ପ ମୂଲ୍ୟରେ ହୋଟେଲ କିମ୍ବା ଲଜଟିଏ ମିଳୁ ନଥିବାରୁ ଦୂରଦୁରାନ୍ତରୁ ଆସିଥିବା ଏହି ଛାତ୍ରମାନେ ନାନା ସମସ୍ୟା ଭୋଗୁଛନ୍ତି । ରେଲୱେ ପରୀକ୍ଷା ପାଇଁ ଅନଲାଇନରେ ସେଂଟର ଚଏସ କରିଥିଲେ ମଧ୍ୟ ବାହାର ରାଜ୍ୟରେ ସେଂଟର କରାଯାଇଥବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।