ଆପଣଙ୍କ ଗାଧୁଆ ଘରୁ ମଧ୍ୟ ହୋଇପାରେ କ୍ୟାନସର । ଜାଣନ୍ତୁ କିପରି

60

ସୁସ୍ଥ ସମାଜରେ ସୁସ୍ଥ ରହିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାଦାନ ବ୍ୟବହାର କରୁଛନ୍ତି । ବିଶେଷ କରି ତ୍ୱଚାର ପରିବର୍ତ୍ତ ପାଇଁ କ୍ରିମ ଠାରୁ ଆରମ୍ଭ କରି ବଡି ଲୋସନ ପର୍ଯ୍ୟନ୍ତ ସବୁକିଛି କିଣୁଛନ୍ତି । କିନ୍ତୁ ବାଥରୁମରେ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ଏଭଳି କିଛି ଉପାଦାନ ରହିଛି ଯାହା କର୍କଟକୁ ସ୍ୱାଗତ କରିଥାଏ । ଯାହାକୁ ଜାଣିବା ନିହାତି ଦରକାର ଏବଂ ସଚେତନ ହେବା ମଧ୍ୟ ଆବଶ୍ୟକ । ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା ।

ବଡି ଲୋସନ-

ପିଚ ମିଲ୍କ,କୋକ ମିଲ୍କ ଏବଂ ସିଆ ବଟର ଭଳି ଖୁବ ସାରା ବଡି ଲୋଶନ ବଜାରରେ ଉପଲବ୍ଧ । ବିଭିନ୍ନ କଥା କହି ଏହାକୁ ବିକ୍ରି କରାଯାଏ । କିନ୍ତୁ ଏହା ପଛର ସତ୍ୟତାକୁ କେହି ମଧ୍ୟ କୁହନ୍ତି ନାହିଁ । ସବୁଠାରୁ ଗୁରୁତ୍ୱ କଥା ହେଉଛି ଏ ସବୁର ବାସ୍ନା । ଏହାର କାରଣ ହେଉଛି ପି.ଏଚ.ଟି.ଏଚ.ଏ.ଏଲ.ଏ.ଟି.ଇ.ଏସ । ଏହା ଶରୀର ଉପରେ ପ୍ରଭାବ ପକାଇଥାଏ । କେତେକ ବଡି ଲୋଶନରେ କୋଲ ତାର ବ୍ୟବହାର କରାଯାଏ । ଏହା ଏଭଳି ଏକ ତତ୍ତ୍ୱ ଯାହା କର୍କଟକୁ ସ୍ୱାଗତ କରିଥାଏ । ତେବେ ବଜାରରେ ଏଭଳି ବହୁତ ଉପାଦାନ ମିଳୁଛି ।

ଫେଶ ୱାସ-

ଫେଶ ୱାସରେ ଥିବା ପାରାବିନ ବ୍ରେନ ଡ୍ୟାମେଜ କରି ତ୍ୱଚାକୁ କ୍ଷତି ପହଂଚାଇଥାଏ । ଏହା ସହିତ ଏହା ଯୌନାଙ୍ଗକୁ ମଧ୍ୟ କ୍ଷତି ପହଂଚାଇଥାଏ । ତେବେ ପାରାବିନ ସ୍ତନ କର୍କଟ ଟିସୁରେ ମଧ୍ୟ ମିଳିଛି ଏବଂ ଟୁଥପେଷ୍ଟରେ ମଧ୍ୟ ।

ଫେଶ ମଏଶ୍ଚରାଇଜର-

ପି.ଏଚ.ଟି.ଏଚ.ଏ.ଏଲ.ଏ.ଟି.ଇ.ଏସ ଓ ପାରାବିନ ମଧ୍ୟ ଫେଶ ମଏଶ୍ଚରାଇଜରରୁ ମିଳିଛି । ଏହା ପରିବର୍ତ୍ତେ ଚେହେରାର ସୌନ୍ଦର୍ଯ୍ୟ ପାଇଁ ବିନା ବାସ୍ନାର ତେଲ ବ୍ୟବହାର କରିପାରିବେ ।

ଡିଓଡରାଂଟ-

ଡିଓ ଏବଂ ପରଫ୍ୟୁମରୁ ଟ୍ରିକ୍ଲୋଜାନ ଏବଂ ପ୍ରୋପିଲେନ ଗ୍ଲାଇକୋଲ ମିଳିଥାଏ । ପି.ଏଚ.ଟି.ଏଚ.ଏ.ଏଲ.ଏ.ଟି.ଇ.ଏସ ଓ ପାରାବିନ ରହିଥାଏ । ତେବେ ଏଭଳି ଡିଓ ବ୍ୟବହାର କରନ୍ତୁ ଯେଉଁଥିରେ ଭିଟାମିନ ଇ ଏବଂ ନଡ଼ିଆ ତେଲର ବ୍ୟବହାର କରାଯାଏ । ଟାଲକମ ପାଉଡରରେ ଏସ୍ଟବେଷ୍ଟସ ରହିଥାଏ । ଏହା କର୍କଟର କାରଣ । ଏହା ଅଧିକତର କସମେଟିକ ଏବଂ ବେବି ପ୍ରଡକ୍ଟରୁ ମିଳିଥାଏ ।