କର୍କଟ ରୋଗ ପାଇଁ ଚିନ୍ତା ଛାଡନ୍ତୁ । ଜାଣନ୍ତୁ ଘରେ ବସି କିପରି ଭଲକରିପାରିବେ ଏହି ରୋଗ ।

95

ଖାଦ୍ୟ ପ୍ରସ୍ତୁତି ସମୟରେ ଅଧିକାଂଶ ସମୟରେ ଗୋଲମରିଚକୁ ବ୍ୟବହାର କରାଯାଏ । କେବଳ କଳା ଗୋଲମରିଚ ନୁହେଁ ବରଂ ଧଳା ଗୋଲମରିଚ ମଧ୍ୟ ଲାଭଦାୟକ ହୋଇଥାଏ । ଫ୍ଲେବୋନୋଇଡ, ଭିଟାମିନ ଏବଂ ଆଂଟି ଅକ୍ସିଡାଂଟ ଭଳି ଗୁଣରେ ଭରପୁର ଧଳା ଗୋଲମରିଚ କେତେକ ରୋଗ ଭଲ କରିବାରେ ମଧ୍ୟ ସହାୟକ ହୋଇଥାଏ । ଗୋଲମରିଚର ଫାଇଦା ବିଷୟରେ ଜାଣନ୍ତୁ ।

-ଧଳା ଗୋଲମରିଚ ଖାଇବା ଦ୍ୱାରା ଆଣ୍ଡୁ ଗଣ୍ଡି ସମସ୍ୟା ଏବଂ ମାଂସପେଶୀ ସମସ୍ୟା ଦୂର ହୋଇଥାଏ ।

-ମହୁ ସହିତ ଗୋଲମରିଚ ମିଶାଇ ଖାଇବା ଦ୍ୱାରା ଥଣ୍ଡା,କାଶ ଆଦି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଏଥିରେ ଥିବା ଆଂଟି ବାୟୋଟିକ ଗୁଣ ଶରୀରକୁ ଗରମ କରେ ଏବଂ ଥଣ୍ଡା ଆଦି ଭଲ କରେ ।

-ଏକ ଗବେଶଣାରୁ ଜଣାପଡିଛି ଧଳା ଗୋଲରିଚ ଖାଇବା ଦ୍ୱାରା କର୍କଟ ଭଳି ରୋଗ ମଧ୍ୟ ଭଲ ହୋଇପାରେ । ଏଥିରେ ଥିବା ଔଷଧୀୟ ଗୁଣ ହାନିକାରକ କର୍କଟ କୋଷକୁ ପୁରାପୁରି ନିପାତ କରିବାକୁ ସକ୍ଷମ ହେଇଥାଏ । କେବଳ ସେତିକି ନୁହେଁ କର୍କଟ କୋଷର ବଂଶବୃଦ୍ଦି କରିବାକୁ ଦେଇନଥାଏ ।

-ଖାଦ୍ୟରେ ଗୋଲମରିଚ ଖାଇବା ଦ୍ୱାରା ପାଚନ ଜନିତ ସମସ୍ୟା ଦୂର ହୋଇଥାଏ । ଏଥିରେ ଥିବା ହାଇଡ୍ରୋକ୍ଲୋରିକ ଏସିଡ ଗ୍ୟାସ,ଏସିଡିଟି,ଅଲ୍ସର ଏବଂ ପେଟ ଇନଫେକସନ ଆଦି ଅସୁବିଧାରୁ ମୁକ୍ତି ଦେଇଥାଏ ।ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରରେ ଥିବା ବ୍ୟର୍ଥ ପଦାର୍ଥ ୟୁରିନ ଦ୍ୱାରା ବାହାରିଯାଏ । ଯାହା ଦ୍ୱାରା ହୃଦୟ ଜନିତ ସମସ୍ୟା ଦେଖାଯାଏ ନାହିଁ ।

-ମେଥି,ହଳଦୀ ଏବଂ ଗୋଲମରିଚକୁ ଦୁଗ୍ଧରେ ମିଶାଇ ପିଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ ।