କ’ଣ ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଶ୍ୱାସ, ଏନିମିଆରେ ପୀଡିତ ଲୋକ ରକ୍ତଦାନ କରିପାରିବେ ? ଆସନ୍ତୁ ଜାଣିବା

52

ପ୍ରତିବର୍ଷ ୧୪ ଜୁନ୍ କୁ ବିଶ୍ୱ ରକ୍ତଦାନ ଦିବସ ଭାବେ ମନାନ୍ତି । ବର୍ଷ ୨୦୦୪ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସୁରକ୍ଷିତ ରକ୍ତ ଏବଂ ରକ୍ତର ଆବଶ୍ୟକତା ବିଷୟରେ ସଚେତନତା ବଢ଼ାଇବା । ବିଶ୍ୱ ରକ୍ତଦାନ ଦିବସ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଚିହ୍ନିତ ଆଠଟି ଅଧିକାରୀ ବିଶ୍ୱ ସାର୍ବଜନିକ ସ୍ୱାସ୍ଥ୍ୟ ଅଭିଯାନ ମଧ୍ୟରୁ ଗୋଟାଏ । ଡାକ୍ତରଙ୍କ କହିବାନୁସାରେ ରକ୍ତଦାନ କରୁଥିବା ବ୍ୟକ୍ତି ସୁସ୍ଥ ଏବଂ ତାଙ୍କର ବୟସ ସର୍ବନିମ୍ନ ୧୮ ବର୍ଷ ହେବା ଉଚିତ୍ । କିନ୍ତୁ ପ୍ରଶ୍ନ ଏହା ଯେ, ଶ୍ୱାସ, ଡାଇବେଟିସ୍, ହାଇପରଟେନସନ୍, ଏନିମିଆ ଭଳି ରୋଗରେ ପୀଡିତ ଲୋକ ବି ରକ୍ତଦାନ କରିପାରିବେ ?

ଡାଇବେଟିସ୍ : ଡାଇବେଟିସ୍ ରେ ପୀଡିତ ରୋଗୀ ଏହି କଥାକୁ ନେଇ ବହୁତ ଚିନ୍ତିତ ଥାନ୍ତି ଯେ, ସେମାନେ ତାଙ୍କର ରକ୍ତ ଆଉ କାହାକୁ ଡୋନେଟ୍ କରିପାରିବେ ନା ନାହିଁ । ଡୋନେଟ୍ କଲେ କାଳେ କାହାକୁ ଡାଇବେଟିସ୍ ହୋଇଯିବ । ଯଦି ଡାଇବେଟିସ୍ ରୋଗୀଙ୍କ ଆଖି, କିଡନୀ ବା ରକ୍ତ ଧମନୀ ସଂପର୍କିତ କିଛି ସମସ୍ୟା ନାହ. ତେବେ ସହଜରେ ରକ୍ତଦାନ କରିପାରିବେ । କିଛି ସନ୍ଦେହ ଥିଲେ ଡାକ୍ତରଙ୍କ ଠାରୁ ମଧ୍ୟ ପରାମର୍ଶ ନେଇପାରିବେ ।

ଏନିମିଆ : ଆପଣଙ୍କ ଶରୀରରେ ଲୋହିତ ରକ୍ତ କଣିକା ବା ହିମୋଗ୍ଲୋବିନ୍ ର ଅଭାବ ହୋଇଯାଏ, ତେବେ ଏମିତିରେ ଆପଣ ଏନିମିଆର ଶିକାର ହୋଇଯାଆନ୍ତି । ଏମିତି ପରିସ୍ଥିତିରେ ରକ୍ତାଭାବ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ଏବଂ ରକ୍ତଦାନ କରୁଛନ୍ତି ଯଦି ଶରୀରରେ ରକ୍ତର ଅତ୍ୟଧିକ ଅଭାବ ହୋଇପାରେ ।

ଶ୍ୱାସରୋଗ : ଶ୍ୱାସ ରୋଗରେ ପୀଡିତ ବ୍ୟକ୍ତି ସେ ପର୍ଯ୍ୟନ୍ତ ରକ୍ତଦାନ କରିପାରିବେ, ଯେ ପର୍ଯ୍ୟନ୍ତ ସେମାନେ ସକ୍ରିୟ ଅଛନ୍ତି କିମ୍ବା ରକ୍ତଦାନ ସମୟରେ ପ୍ରଶ୍ୱାସ ନେବାରେ କୈାଣସି ଅସୁବିଧା ହେଉନଥିବ । ଯଦି ଜଣେ ବ୍ୟକ୍ତି ଭଲ ଏବଂ ସୁସ୍ଥ ଅନୁଭବ କରୁଛନ୍ତି, ତେବେ ସେ ରକ୍ତଦାନ କରନ୍ତୁ ।

ଆଣ୍ଟି ବାୟୋଟିକ୍ ଔଷଧର ସେବନ କରୁଥିଲେ : ଯଦି କୈାଣସି ବ୍ୟକ୍ତି ଆଣ୍ଟି ବାୟୋଟିକ୍ ଔଷଧ ଖାଉଛନ୍ତି, ତେବେ ସେ ରକ୍ତଦାନ କରିପାରିବେ ନାହିଁ । କିନ୍ତୁ ଏହା ପୂର୍ବରୁ ଡାକ୍ତରଙ୍କୁ ନିଶ୍ଚିତ ଜଣାଥିବା କଥା ଯେ, ରକ୍ତଦାନ କରୁଥିବା ବ୍ୟକ୍ତି କୈାଣସି ବ୍ୟାକ୍ଟେରିଆଲ ଇଂଫେକ୍ସନ ତ ନାହିଁ, ଯାହାକି ରକ୍ତ ଦ୍ୱାରା ବ୍ୟାପିପାରେ ।