କ’ଣ ସତରେ ହ୍ୟାକ୍ ହୋଇଛି ଭାରତ ନିର୍ବାଚନ ଆୟୋଗର ଇଭିଏମ୍ ? ଉତ୍ତର ରଖିଲା ନିର୍ବାଚନ ଆୟୋଗ । 

280

ଆମେରିକାରେ ରହୁଥିବା ଜଣେ ସାଇବର୍ ଏକ୍ସପର୍ଟ ସେୟଦ୍ ସୁଜା ସୋମବାର ଏକ ଭିଡିଓ କନଫ୍ରେନ୍ସ ଜରିଆରେ କହିଥିଲେ ଯେ ଭାରତରେ ୨୦୧୪ ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ଇଲେକ୍ଟ୍ରେନିକ୍ ଭୋଟିଙ୍ଗ୍ ମେସିନ୍ (ଇଭିଏମ୍) ହ୍ୟାକ୍ ହୋଇଥିଲା । ତାଙ୍କ କହିବାନୁସାରେ ୨୦୧୪ ଲୋକସଭା ନିର୍ବାଚନରେ ଇଭିଏମ୍ ହ୍ୟାକ୍ ହୋଇଥିଲା ଏବଂ ଏହି କାରଣରୁ ଶାସନଭାର ବିଜେପି ହାତକୁ ଯାଇଥିଲା । ଅନ୍ୟପକ୍ଷରେ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ କହିବାନୁସାରେ ସେ ଯେଉଁ ଇଭିଏମ୍ ର ବ୍ୟବହାର କରନ୍ତି ତାହା ସମ୍ପୁର୍ଣ୍ଣ ରୁପେ ସୁରକ୍ଷିତ । ୧୯ ଜାନୁଆରୀରେ ହୋଇଥିବା ପଶ୍ଚିମ ବଙ୍ଗଳା ମମତା ବାନାର୍ଜୀ ରାଲିରେ ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଇଭିଏମ୍ ମେସିନ୍ କୁ ‘ଚୋର ମେସିନ୍’ ବୋଲି କହିଥିଲେ । ଏହି ମଧ୍ୟରେ ହ୍ୟାକରଙ୍କ କହିବାନୁସାରେ ସାଧାରଣ ମତଦାତାଙ୍କ ଉପରେ ଏଥିନେଇ ଅନେକ ପ୍ରଶ୍ନ ଉଙ୍କି ମାରିପାରେ ।

କ’ଣ ସତରେ ଇଭିଏମ୍ ମେସିନ୍ ହ୍ୟାକ୍ ହୋଇପାରେ ?  

ଲଗାତାର ହାରର ସାମ୍ନା କରୁଥିବା ଦଳ ଇଭିଏମ୍ ରେ ହ୍ୟାକିଙ୍ଗ୍ ର ଅଭିଯୋଗରେ ନିର୍ବାଚନ ଆୟୋଗ ଉପରେ ପ୍ରଶ୍ନର ବାଣ ସୃଷ୍ଟି କରିପାରେ । ଆମ୍ ଆଦମୀ ପାର୍ଟି ତରଫରୁ କୁହାଯାଇଥିଲା ଯେ ଦିଲ୍ଲୀ ବିଧାନସଭାର ବିଶେଷ ସର୍ତ୍ତ ଡକାଇ କହିଥିଲେ ଯେ ଇଭିଏମ୍ ରେ ଘୋଟାଲା ହେବା ସମ୍ଭବ । ସେତେବେଳେ ବି ନିର୍ବାଚନ ଆୟୋଗ ଏହା ଅସମ୍ଭବ ବୋଲି କହିଥିଲେ । ବର୍ତ୍ତମାନ  ସେୟଦ୍ ସୁଜାଙ୍କର ଏଭଳି ମନ୍ତବ୍ୟ ନିଆଁକୁ ଧୂଆଁ ଦେଲା ଭଳି ହୋଇଛି । ନିର୍ବାଚନ ଆୟୋଗ ନିଜ ବୟାନରେ କହିଥିଲେ ଯେ ଇଭିଏମ୍ ଫୁଲପ୍ରୁଫ୍ ରହିଛି ଯାହାକୁ ଟେମ୍ପର କରାଯାଇପାରିବ ନାହିଁ ।

ଇଭିଏମ୍ ର ସୁରକ୍ଷା ବିଶେଷତା : ନିର୍ବାଚନ ଆୟୋଗଙ୍କ ମତରେ ଇଭିଏମ୍ କମ୍ପ୍ୟୁଟର ନିୟନ୍ତ୍ରିତ ନୁହେଁ ତାହା ଏକ ସ୍ୱତନ୍ତ୍ର ମେସିନ୍ । ଏହା ଇଣ୍ଟରନେଟ୍ କିମ୍ବା ଅନ୍ୟ କୌଣସି ନେଟୱର୍କ ସହ ସମ୍ବନ୍ଧରେ ନାହିଁ । ତେଣୁ ଏହାକୁ ହ୍ୟାକ୍ କରାଯାଇପାରିବ ନାହିଁ । ଆୟୋଗଙ୍କ ମତରେ ଇଭିଏମ୍ ୱାୟାରଲେସ୍ କିମ୍ବା ବାହାର ହାର୍ଡୱେୟାର୍ ପୋର୍ଟ ପାଇଁ ଫ୍ରିକ୍ୱେନ୍ସି ରିସିଭର୍ ନାହିଁ । ଏଥିପାଇଁ ହାର୍ଡୱେୟାର୍ ପୋର୍ଟ , ୱାୟାରଲେସ୍ ,ୱାଇଫାଇ କିମ୍ବା ବ୍ଲୁଟୁଥ୍ ଡିଭାଇସ୍ ଜରିଆରେ କୌଣସି ଜାଲ୍ କରିବା ସମ୍ଭବ ନୁହେଁ ।

କଣ୍ଟ୍ରୋଲ ୟୁନିଟ୍ (ସିୟୁ) ଏବଂ ବେଲେଟ୍ ୟୁନିଟ୍ (ବିୟୁ) ରେ କେବଳ ଏଙ୍କ୍ରିପଟେଡ୍ କିମ୍ବା ଡାଇନାମିକଲୀ କୋଡିଡ୍ ଡାଟାକୁ ସ୍ୱୀକାର କରାଯାଏ । ସିୟୁ ଦ୍ୱାରା ଅନ୍ୟ କୌଣସି ଡାଟା ସ୍ୱୀକାର କରାଯାଏ ନାହିଁ । ଆୟୋଗ ମୁତାବକ, ଏହି ଇଭିଏମ୍ କୁ ସ୍ୱଦେଶୀ ଉପାୟରେ ପ୍ରସ୍ତୁତ କରାଯାଇଛି ।

ଏହି ପ୍ରଶ୍ନ ବି ଉଠୁଛି ଯେ ଇଭିଏମ୍ ର ନିର୍ମାଣ କରୁଥିବା ବ୍ୟକ୍ତି କ’ଣ ଏଥିରେ କିଛି ଜାଲିଆତି ରହିଛି ? 

ଏହା ଉପରେ ଆୟୋଗ କହିଛନ୍ତି ଯେ ଏହା ସମ୍ଭବ ନୁହେଁ । ସଫ୍ଟୱେୟାରର ସୁରକ୍ଷା ଉପରେ ନିର୍ମାଣ ସ୍ତରର କଡାସୁରକ୍ଷା ପ୍ରୋଟୋକୋଲ୍ ରହିଛି । ଭୋଟ୍ ହେବା ପରେ ଇଭିଏମ୍ କୁ ରାଜ୍ୟ କିମ୍ବା ରାଜ୍ୟ ଭିତର ଜିଲ୍ଲାରେ ମଧ୍ୟ ପଠାଯାଏ ।  ତେଣୁ ଏଥିରେ ଜାଲିଆତି ହେବା ସମ୍ଭବ ନୁହେଁ ।