ପକେଟରେ ରଖାଯାଉଥିବା ନୋଟରୁ ମାରାତ୍ମକ ଯକ୍ଷ୍ମା ରୋଗ ହେଉଛି କି? ତେବେ ଏନେଇ ଅର୍ଥ ଓ ବିଜ୍ଞାନ ମନ୍ତ୍ରଣାଳୟ ପାଖରେ ପହଞ୍ଚିଲା ମାମଲା

69

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ସମ୍ପର୍କରେ କିଛି ତଥ୍ୟ ଆସିଲେ ସାଧାରଣ ଭାବରେ ଲୋକମାନେ ଧ୍ୟାନର ସହ ଶୁଣନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନିକଟକୁ ଏକ ଚିଠି ଯାଇଥିଲା ଓ ସେଥିରେ ଲେଖାଯାଇଥିଲା ଯେ, ପକେଟରେ ଥିବା ଟଙ୍କା କାରଣରୁ ଟି.ବି ଭଳି ରୋଗ ବ୍ୟାପିପାରେ । ତେବେ ଏହା ପାଇବାପରେ ଜେଟଲୀ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଅବଗତ କରାଇଥିବା ଜଣାପଡିଛି । ଏହାସହ ଏହା କେତେ ଦୂର ସତ ତାହା ମଧ୍ୟ ସ୍ପଷ୍ଟ କରିବା ପାଇଁ ଜେଟଲୀ ଚିଠିରେ ଉଲ୍ଲେଖ କରିଛନ୍ତି । କର୍ପୋରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଏହି ବିଷୟରେ ଜାଣିବାପରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ବିଜ୍ଞାନ ମନ୍ତ୍ରୀ ହର୍ଷବର୍ଧନଙ୍କ ନିକଟକୁ ଅବଗତ କରିବା ସହ ଏହାର ସତାସତ୍ୟ ଉପରେ ଜାଣିବା ପାଇଁ କେଟ ଇଚ୍ଛା ପ୍ରକାଶ କରିଛି ।

 

ତେବେ ବିଭିନ୍ନ ପ୍ରକାର ଅଧ୍ୟୟନରୁ ଜଣାପଡିଛି ଯେ, ସାଧାରଣ ମଣିଷମାନେ ଦୈନଦିନ ଜୀବନରେ ଯେଉଁ ଟଙ୍କାର ବ୍ୟବହାର କରୁଛନ୍ତି ସେହି ଟଙ୍କାରେ ବ୍ୟାକ୍ଟେରିଆ ମାନେ ରହିଛନ୍ତି । ଏହାସହ ସେହି ମାନଙ୍କ ମାଧ୍ୟମରେ ହିଁ ଲୋକମାନେ ରୋଗର ଶିକାର ହେଉଛନ୍ତି । ତେବେ ଏହି ବ୍ୟାକ୍ଟେରିଆ ଦ୍ୱାରା ମାରାତ୍ମକ ଟି.ବି ଓ ଅଲସର ଭଳି ରୋଗ ବ୍ୟାପୁଛି । କେଟର ମହାସଚିବ ପ୍ରବୀଣ ଖଣ୍ଡେଲବାଲା କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଏହିପରି ଭାବରେ ଟଙ୍କାରୁ ରୋଗ ବ୍ୟାପୁଥିବା ରିପୋର୍ଟ ଆସୁଛି । କେବଳ ରିପୋର୍ଟ ଆସୁନାହିଁ ତାହା ଉପରେ ଆମେ ମାନେ ମଧ୍ୟ ଅନେକ ଥର ଜାଣିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିବେଦନ କରିଛୁ ।

 

ହେଲେ ଦୁଃଖର କଥା ସ୍ୱାସ୍ଥ୍ୟ ସମ୍ପର୍କରେ କେହି ଧ୍ୟାନ ଦେଉନାହାନ୍ତି ।  ତେବେ ମିଳିଥିବା ସୂଚନା ଅନୁସାରେ, ଟଙ୍କାରୁ ଏପରି ମାରାତ୍ମକ ରୋଗ ବ୍ୟାପୁଛି ତେବେ ଏହା ଅତ୍ୟନ୍ତ ସଙ୍ଗୀନ ପ୍ରସଙ୍ଗ । କାରଣ ଭାରତରେ ଅନେକ ବ୍ୟବସାୟୀ ବିପୁଳ ପରିମାଣରେ ଟଙ୍କା ବ୍ୟବହାର କରନ୍ତି । କାରଣ ସେମାନେ ସିଧାସଳଖ ଲୋକମାନଙ୍କ ସହ କାରବାର କରନ୍ତି । ତେଣୁ ଯଦି ଏହା ସତ୍ୟ ତେବେ ସେମାନଙ୍କୁ ହିଁ ରୋଗ ବ୍ୟାପିବାରେ ଭୟ ରହିଛି । ତେଣୁ ବେଳ ଥାଉ ଥାଉ ସତର୍କ ରହିବା ପାଇଁ ପ୍ରବୀଣ କହିଛନ୍ତି ।