ନଭେମ୍ବର ୧ ତାରିଖରୁ ଗଡ଼ିବନି ଘରୋଇ ବସ୍ ! ୫ ଦଫା ଦାବିରେ ରାଜ୍ୟ ଘରୋଇ ବସ୍ ମହାସଂଘର ଧର୍ମଘଟ ଡାକରା

29

କନକ ବ୍ୟୁରୋ : ନଭେମ୍ବର ୧ ତାରିଖରୁ ରାଜ୍ୟରେ ଗଡିବ ନାହିଁ ଘେରୋଇ ବସ୍ । ବିଭିନ୍ନ ଦାବି ନେଇ ଧର୍ମଘଟକୁ ଓହ୍ଲାଇବ ଘରୋଇ ବସ ମାଲିକ ସଂଘ । ୫ଦଫା ଦାବି ପୂରଣ ନେଇ ଗତ ୩ ତାରିଖରେ ପରିବହନ ବିଭାଗ ସହ ଆଲୋଚନା ପରେ ମଧ୍ୟ, କୌଣସି ପଦକ୍ଷେପ ନିଆଯାଇନଥିବାରୁ ଏଭଳି ନିଷ୍ପତି ନେଇଛି ସଂଘ ।

ଟୋଲ ଫି ଆଦାୟକୁ ବିରୋଧ, ଟିକିସ ବ୍ୟବସ୍ଥାରେ ସୁଧାର, ବସଗୁଡିକରେ ପୋଲିସ ଚେକିଂ ଓ ସହର ବାହାରେ ସିଟି ବସ ଚଳାଚଳକୁ ବିରୋଧ କରି ଏହି ଧର୍ମଘଟର ଡାକରା ଦିଆଯାଇଛି । ବିଭିନ୍ନ ଦାବି ପୂରଣ ନେଇ ୨୦୧୫ରୁ ଘରୋଇ ବସ ମାଲିକ ଆନ୍ଦୋଳନ କରୁଥିବାବେଳେ ସରକାର ସେମାନଙ୍କ ଦାବିପ୍ରତି ସରକାର କର୍ଣ୍ଣପାତ କରୁନଥିବା ସଂଘ ଅଭିଯୋଗ କରିଛି ।