ବସ ଓଲଟି ୭ ମୃତ । ତପ୍ତପାଣି ଦୁର୍ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା । ଏବେବି ବସ ତଳେ କିଛି ଯାତ୍ରୀ ଚାପି ରହିଥିବା ସୂଚନା

208

କନକ ବ୍ୟୁରୋ: ତପ୍ତପାଣି ଘାଟିରେ ଓଲଟିଲା ବସ । ବଡ ଦୁର୍ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା । ବସ ଓଲଟି ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଘଟଣାସ୍ଥଳରେ ୫ ଏବଂ ମେଡିକାଲରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ତେବେ ଦୁର୍ଘଟଣାରେ ୩୦ରୁ ଅଧିକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେପଟେ ଦୁର୍ଘଟଣାଗ୍ରସ୍ତ ବସ ତଳେ ଏବେବି ଅନେକ ଯାତ୍ରୀ ଜୀବିତ ରହିଥିବା ଖବର ମିଳୁଛି । ଗ୍ୟାସ କଟରରେ ବସର ଡୋର କାଟି ଆହତ ମାନଙ୍କୁ ବାହାରକୁ ଉଦ୍ଧାର କରାଯାଉଛି ।
ତେବେ ଆଜି ଭୋରୁ ତପ୍ତପାଣି ଘାଟିରୁ ଓଲଟିଥିଲା ଯାତ୍ରୀବାହୀ ବସ୍ । ପ୍ରଥମେ ୫ ଜଣଙ୍କ ମୃତ୍ୟୁ ଏବଂ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଥିଲା । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡିଛି । ଗୁରୁତରଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତି କରାଯାଇଛି । ରାୟଗଡାରୁ ବ୍ରହ୍ମପୁର ଆସୁଥିଲା ବସ୍ ।

ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା ଜଣାପଡିଛି । ମୋହନା ଦମକଳବାହିନୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଘଞ୍ଚ ଜଙ୍ଗଲ ଯୋଗୁଁ ଉଦ୍ଧାର କର୍ଯ୍ୟରେ ବାଧାପ୍ରାପ୍ତ ସୃଷ୍ଟି ହେଉଥିବା ସୂଚନା ମିଳିଛି ।