ବୁର୍ଲା ବଡ ମେଡିକାଲରେ ପାଣିର ବିଶ୍ୱଯୁଦ୍ଧ : ସାଲାଇନରେ ହାତ ଧୋଉଛନ୍ତି ଡାକ୍ତର

22

ସମ୍ବଲପୁର ବ୍ୟୁରୋ,କନକ ନ୍ୟୁଜ୍ : ନାଁ ବଡ ମେଡିକାଲ, କିନ୍ତୁ ମୌଳିକ ଭିତିଭୂମିର ଅଭାବ । ଏକ୍ସ-ରେ, ସିଟି ସ୍କାନ ପରି ମେସିନ ନାହିଁ । ସବୁଠୁ ବଡଦୁର୍ଭାଗ୍ୟର କଥା ହେଉଛି, ଏଠି ପାଣିର ବି ରହିଛି ଅଭାବ । ଡାକ୍ତରଙ୍କ ହାତ ଧୋଇବାକୁ ପାଣି ଟୋପାଏ ନାହିଁ । ତେଣୁ ସାଲାଇନରେ ହାତ ଧୋଉଛନ୍ତି ଡାକ୍ତର । ଏତେ ବଡ ଡାକ୍ତରଖାନା ଉପରେ ହଜାର ହଜାର ରୋଗୀ ନିର୍ଭର କରୁଥିବା ବେଳେ ଏଠାରେ ପାଣି ଅଭାବରୁ ସାଲାଇନରେ ହାତ ଧୋଇବାକୁ ବାଧ୍ୟ ହେଉଛନ୍ତି ଡାକ୍ତର । ଏଭଳି ମୌଳିକ ଭିତିଭୂମିର ଅଭାବ ରହିଛି ଏହି ଡାକ୍ତରଖାନାରେ । ସେପଟେ ହୀରାକୁଦ ଜଳଭଣ୍ଡାର ପାଖରେ ଥାଇ ଡାକ୍ତରଖାନାରେ ଜଳ ସଙ୍କଟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମେଡିକାଲ ନିଦେ୍ର୍ଦଶକ । ତେବେ ସମସ୍ୟା ସମାଧାନ ଦିଗରେ ଉଦ୍ୟମ ହୋଇଥିବା ସେ ସୂଚନା ଦେଇଛନ୍ତି ।

ମେଡିକାଲର ଭିତିଭୂମି ବିକାଶ ନେଇ ଜୁନିଅର ଡାକ୍ତର ସଂଘ କରିଥିବା ଆନେ୍ଦାଳନ ପରେ ସରକାର ସେମାନଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବର୍ତମାନ ସୁଦ୍ଧା ମାତ୍ର ୨ଟି ଦାବି ପୂରଣ ହୋଇଥିବା ବେଳେ ଅନ୍ୟ ଦାବି ପ୍ରତି ସରକାର ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛି ସଂଘ । ଏନେଇ ଆସନ୍ତାକାଲିଠାରୁ ପୁଣି ଥରେ ଆନେ୍ଦାଳନକୁ ଓହ୍ଲାଇବାକୁ ଜୁନିଅର ଡାକ୍ତର ସଂଘ ନିଷ୍ପତି ନେଇଛି । ସେପଟେ ଛୁଟିରେ ଥିବା ପ୍ରଫେସରଙ୍କ ଛୁଟି ବାତିଲ କରାଯାଇଛି । ଜରୁରୀ ପରିସ୍ଥିତି ମୁକାବିଲା ନେଇ ପଦକ୍ଷେପ ନିଅଯାଇଥିବା କହିଛନ୍ତି ନିଦେ୍ର୍ଦଶକ ।