ରାଜସ୍ଥାନର ବୁନ୍ଦୀରେ ଘଟିଥିବା ବସ୍ ଦୁର୍ଘଟଣାରେ ୨୪ ଜଣଙ୍କ ଜୀବନ ଚାଲିଗଲା । କୋଟାର ଜବାହାର ନଗରରେ ଯେତେବେଳେ ୨୪ ଟି ଜୁୁଇ ପହଁଚିଥିଲା ସେତେବେଳେ ଚାରିଆଡ଼େ ବୁକୁଫଟା କ୍ରନ୍ଦନର ଶବ୍ଦ ଶୁଣିବାକୁ ମିଳିଥିଲା । ବରଯାତ୍ରୀଙ୍କୁ ନେଇ ଯାଉଥିବା ବସଟି ହଠାତ୍ ଦୁର୍ଘଟଣାର ଶିକାର ହୋଇଥିଲା । ହସଖୁୁସିରେ ଯାଉଥିବା ବରଯାତ୍ରୀ ୯ ଟି ଆମ୍ବୁଲାନ୍ସରେ ଯେତେବେଳେ ଶବ ହୋଇ ଗାଁକୁ ଫେରିଲେ ସେତେବେଳେ କନ୍ଦାକଟା ଭିତରେ ଫାଟିପଡିଲା ଗାଁ । ମୃତକଙ୍କ ମଧ୍ୟରେ ୨୧ ଜଣ ସଂପର୍କୀୟ ଥିଲେ , ଯାହାଙ୍କ ଅନ୍ତିମକ୍ରିୟା ମଧ୍ୟ ଏକ ସଙ୍ଗେ ସଂପର୍ଣ୍ଣ ହେଲା । ଲୋକସଭା ବାଚସ୍ପତି ଓମ୍ ବିରଲା ସୂଚନା ପାଇ କୋଟା ପହଁଚିଥିଲେ । ଏକ ସଙ୍ଗେ ଏତେ ଲୋକଙ୍କ ଜୁଇ ଜଳୁଥିବା ଦେଖି ବାଚସ୍ପତିି ମଧ୍ୟ ଭାବୁକ ହୋଇ ପଡିଲେ । ଘଟଣାରେ ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ୨-୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ଦେବା ପାଇଁ ଘୋଷଣା କରିଛନ୍ତି ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ବିବାହ ପାଇଁ ଯାଉଥିବା ଏହି ବରଯାତ୍ରୀ ଗାଡିଟି ପୋଲ ଉପରେ ନିୟନ୍ତ୍ରଣ ହରାଇ ମେଜ୍ ନଦୀ ଭିତରକୁ ଖସି ପଡିଥିଲା । ଖବର ପାଇବା ପରେ ସ୍ଥାନୀୟ ଲୋକ ଏବଂ ଏନଡିଆରଏଫ୍ ଟିମ୍ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ । ତେବେ ଏହି ଘଟଣାର ୨୪ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/24-1.jpg)
/kanak/media/post_attachments/wp-content/uploads/2020/02/y9f5gjeapp6clydk_1582735467-300x171.jpeg)
/kanak/media/post_attachments/wp-content/uploads/2020/02/pic-2-300x225.jpg)