ଗୁରୁବାର ଦିନ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଦାନ ବେଳେ ବୁଲନ୍ଦସର ଅଞ୍ଚଳର ଶିକରପୁରର ଗୋଟାଏ ବୁଥରେ ଜଣେ ଦଳିତ ଭୋଟଦାତା ଇଭିଏମରେ ବହୁଜନ ସମାଜ ପାର୍ଟିର (ବିଏସପି) ସଙ୍କେତ ଥିବା ବଟନ୍ ନ ଟିପି ଭୁଲକ୍ରମେ ଭାରତୀୟ ଜନତା ପାର୍ଟି (ବିଜେପି) ସଙ୍କେତ ଥିବା ବଟନ୍ ଟିପି ଦେବା ପରେ ନିଜର ଆଙ୍ଗୁଠି କାଟି ପକାଇଛନ୍ତି । ବୁଲନ୍ଦସରରେ ସମ୍ପ୍ରତି ସାଂସଦ ଥିବା ବିଜେପି ପ୍ରାର୍ଥୀ ଭୋଳା ସିଂହ ଏବଂ ଏସପି-ବିଏସପି-ଆରଏଲଡି ମେଣ୍ଟର ପ୍ରାର୍ଥୀ ଯୋଗେଶ ବର୍ମାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି ।
ଆଙ୍ଗୁଠି କାଟି ପକାଇଥିବା ବିଏସପି ସମର୍ଥକ ଜଣକ ହେଉଛନ୍ତି ୨୫ ବର୍ଷିୟ ପବନ କୁମାର । ନିର୍ବାଚନ ମଣ୍ଡଳୀର ଶିକରପୁର ଅନ୍ତର୍ଗତ ଅବଦୁଲପୁର ହୁଲାସନ୍ ଗାଁ’ର ବାସିନ୍ଦା ପବନ ବର୍ମାଙ୍କୁ ଭୋଟ୍ ଦେବାକୁ ଯାଇଥିଲେ, କିନ୍ତୁ ଦୈବାତ୍ ବିଜେପିକୁ ଭୋଟ୍ ଦେଇ ପକାଇଲେ ।
ଆପଣା ଭୁଲର ହତାଶ ହୋଇ ପବନ ଘରକୁ ଫେରି ଗୋଟାଏ କଟୁରିରେ ନିଜ ଆଙ୍ଗୁଠି କାଟି ପକାଇଲେ । ଏ ସଂକ୍ରାନ୍ତରେ ପରେ ପବନ ଗୋଟାଏ ଭିଡ଼ିଓ ରିଲିଜ୍ କରିଥିଲେ, ଯାହା ଏବେ ଟୁଇଟରରେ ଅଛି । ସେଥିରେ ସେ କହିଛନ୍ତି ଆପଣା ଭୁଲ୍ ପାଇଁ ଅନୁତାପ କରିବାକୁ ସେ ତାଙ୍କ ଆଙ୍ଗୁଠି ଛେଦନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/image-2-min.png)
/kanak/media/post_attachments/wp-content/uploads/2019/04/voting-1512784076-1524199333-300x181.jpg)