ଆରମ୍ଭ ହେଲା ବଜେଟ୍ ଅଧିବେଶନ: ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ, ମୋ ସରକାର-ଫାଇଭ ଟି ଏବଂ କାଳିଆ ଯୋଜନାକୁ ପ୍ରଶଂସା ।

221

କନକ ବ୍ୟୁରୋ: ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ । ଅଧିବେଶନ ଆରମ୍ଭ ଅଭିଭାଷଣ ରଖିଲେ ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ । ଅଭିଭାଷଣ ଆରମ୍ଭରୁ ସହିଦ ଓ ଦିବଙ୍ଗତ ନେତା ବିୟୋଗରେ ଶୋକପ୍ରସ୍ତାବ ଆଗତ କଲେ । ଏହାପରେ ବଜେଟ୍ ଅଭିଭାଷଣରେ, ମୋ ସରକାରକୁ କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ରାଜ୍ୟପାଳ । ମୋ ସରକାର ଲୋକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଛି । ୫ ଟି ଜରିଆରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରାଯାଇଛି । ଏହା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରଭଳି ଦିଗ ଗୁଡ଼ିକରେ ଅଧିକ ପ୍ରଗତି ହୋଇପାରିଛି । କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ଆଉ କହିଛନ୍ତି କି, ଚାଷୀଙ୍କ ଆୟ ଅତୀତରେ ଦୁଇ ଗୁଣା ହୋଇଛି । ଛାତ୍ରଛାତ୍ରୀଙ୍କ ପାଇଁ କାଳିଆ ଛାତ୍ର ବୃତ୍ତି ଯୋଜନା ଲାଗୁ ହୋଇଛି ।

ସେହିଭଳି ଶ୍ରୀଜନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ମୋ ସରକାର ଫୋକସ ଦେଉଛନ୍ତି । ଶ୍ରୀମନ୍ଦିର ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ଯାହାର ଝଲକ ନିକଟରେ ହୋଇଥିବା ଶ୍ରୀମନ୍ଦିରର ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରୁ ଦେଖିବାକୁ ମିଳିଛି । ଠିକ୍ ସେହିପରି ଶ୍ରୀ ଲିଙ୍ଗରାଜ ମନ୍ଦିର ବିକାଶ ପାଇଁ ପଦକ୍ଷେପ ନେଉଛନ୍ତି ସରକାର । ଅନ୍ୟପଟେ ରାଜ୍ୟରେ ଦାରିଦ୍ର୍ୟ ଦୂର କରିବାକୁ ପଦକ୍ଷେପ ନିଆଯାଇଛି । ଉଠା ଜଳସେଚନ ଜରିଆରେ ଚାଷୀଙ୍କୁ ଜଳଯୋଗାଣ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।