ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଅଧିକ ବଢିଯାଇଛି । ଏହି ସମୟରେ ଭାରତୀୟ ସେନା ପୁଣିଥରେ ନିଜର ମଣିଷପଣିଆର ପରିଚୟ ଦେଖାଇଛି । ସୀମା ପାର କରି ଜଣେ ପାକ୍ ନାଗରିକ ଭାରତକୁ ଚାଲିଆସିଥିବା ବେଳେ ଭାରତୀୟ ସେନା ଏହି ବ୍ୟକ୍ତି ଜଣକୁ ପୁନଶ୍ଚ ନିଜ ଦେଶକୁ ଯିବାକୁ ଦେଇଛନ୍ତି । ଶନିବାର ଅପରାହ୍ନ ୪ ଟା ସମୟରେ ଜଣେ ୬୦ ବର୍ଷୀୟ ପାକିସ୍ତାନୀ ନାଗରିକକୁ ସଦଭାବନାର ସହ ପାକ୍ କୁ ପୁନଶ୍ଚ ଫେରିଯିବାକୁ ସୁଯୋଗ ଦିଆଯାଇଛି । ସୀମା ସୁରକ୍ଷା ବଳ (ବିଏସଏଫ୍) ପ୍ରବକ୍ତାଙ୍କ କହିବାନୁସାରେ ଜମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାରେ ଅନ୍ତରରାଷ୍ଟ୍ରୀୟ ସୀମା (ଆଇବି) ମହମ୍ମଦ ଅସରଫ୍ ନାମକ ବ୍ୟକ୍ତିଙ୍କ ଭାରତ ପ୍ରବେଶ କ୍ଷଣି ହିଁ ତାଙ୍କୁ ଧରି ନେଇଥିଲେ ଏବଂ ୩ ଟା ୪୦ ସମୟରେ ଏହି ବ୍ୟକ୍ତି ଜଣଙ୍କୁ ପାକ୍ ରେଞ୍ଜର୍ସଙ୍କୁ ହସ୍ତାନ୍ତର କରାଗଲା ।
ସୂତ୍ର ଅନୁସାରେ ପଞ୍ଜାବର ବୋଇତା-ନାରୋବାଲ୍ ନିବାସୀ ଅଶରଫ୍ ପାକ୍ ମୁଦ୍ରା ୧୨ ହଜାର ଟଙ୍କା ନେଇ ଭାରତକୁ ପ୍ରବେଶ କରିଥିଲେ । ବିଏସଏଫ୍ ଅଧିକାରୀ ବ୍ୟକ୍ତିଜଣଙ୍କୁ ପଚରାଉଚରା କରି ତାଙ୍କୁ ପୁନଶ୍ଚ ପାକ୍ କୁ ଫେରାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/86252-pak2.jpg)
/kanak/media/post_attachments/wp-content/uploads/2019/03/57345777-300x225.jpg)