ଦେଶସେବା କରିବା ପାଇଁ ଇଚ୍ଛୁକ ଅଛନ୍ତି କି ? ବିଏସଏଫ୍ ରେ ବାହାରି ଯାଇଛି ଭ୍ୟାକେନ୍ସି,ଏଭଳି କରନ୍ତୁ ଆବେଦନ ।

358

ବୋର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ୍) ର କନେଷ୍ଟବଳ ପଦରେ ଭ୍ୟାକେନ୍ସି ବାହାରି ଯାଇଛି । ଯଦି ଆପଣ ମଧ୍ୟ ଦେଶସେବା କରିବା ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଏଭଳି ଏକ ସୁଯୋଗର ଅପେକ୍ଷାରେ ଅଛନ୍ତି ତେବେ ଏହି ସୁଯୋଗକୁ ହାତଛଡା ନକରି ଏହାର ସମ୍ପୁର୍ଣ୍ଣ ବିବରଣୀ ଜାଣିନିଅନ୍ତୁ । ଏହି ଚାକିରୀ ପାଇଁ ଦଶମ ପାସ୍ କରିବା ସହ ଆଇଟିଆଇ ଡିପ୍ଲୋମା କରିଥିବା ମଧ୍ୟ ଆବଶ୍ୟକତା ରହିଛି । ଏହି ପଦ ବିଏସଏଫ୍ ହେଡ୍ କନେଷ୍ଟବଳ ରେଡ଼ିଓ ଅପରେଟର୍ ଏବଂ ବିଏସଏଫ୍ ହେଡ୍ କନେଷ୍ଟବଳ ରେଡଓ ମେକାନିକ୍ ପାଇଁ ବାହାରିଛି । ଏହି ପଦବୀ ପାଇଁ ଅନଲାଇନ୍ ଆପ୍ଲାଏ କରିବାକୁ ହେଲେ ୧୪ ମଇରୁ ଏହା ଆକ୍ଟିଭ ହେବ ଏବଂ ଅନ୍ତିମ ତାରିଖ ୧୨ ଜୁନ୍ ରହିଛି ।

ଏହି ପଦରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ସପ୍ତମ ବେତନ ଆୟୋଗଙ୍କ ମୁତାବକ ୨୫,୫୦୦ ରୁ ୮୧,୧୦୦ ଟଙ୍କାର ଲେବଲ୍ ୪ ର୍ଥ ପେ ମେଟ୍ରିକ୍ସ ମିଳିବ । ତେବେ ଏହି ପଦ ପାଇଁ ପ୍ରଥମେ ଲିଖିତ ପରୀକ୍ଷା ୨୮ ଜୁଲାଇ ୨୦୧୯ ରେ ଆୟୋଜିତ କରାଯିବ । ଦ୍ୱିତୀୟ ଫେଜର ଡକ୍ୟୁମେଣ୍ଟ୍ ଭେରିଫିକେସନ୍ ର ପ୍ରକ୍ରିୟା ଅକ୍ଟୋବର ୯ ତାରିଖରେ ହେବ । ଏହିଭଳି ତୃତୀୟ ପର୍ଯ୍ୟାୟ ପରୀକ୍ଷା ତଥା ଫାଇନାଲ୍ ପରୀକ୍ଷା ମେଡିକାଲ୍ ରହିଛି ଯାହା ୩୦ ଜାନୁଆରୀ ୨୦୨୦ ରେ ଆୟୋଜିତ ହେବ । ଅଧିକ ବିବରଣୀ ଜାଣିବା ପାଇଁ ଆପଣ ନିମ୍ନୋକ୍ତ ଲିଙ୍କ୍ କୁ କ୍ଲିକ୍ କରନ୍ତୁ ।

http://bsf.nic.in/doc/recruitment/r0106.pdf#_ga=2.80542807.113210743.1555422943-1616297391.1545220109