ବିଏସଏଫ୍ ରେ ଚାକିରି ପାଇଁ ବାହାରିଯାଇଛି ବିଜ୍ଞପ୍ତି ! ଏଭଳି ଉପାୟରେ କରନ୍ତୁ ଆବେଦନ ।

29

ସୀମା ସୁରକ୍ଷା ବଳ (ବିଏସଏଫ୍) ରେ କନେଷ୍ଟବଳ ଏବଂ ସବ୍-ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ବାହାରି ଯାଇଛି ଏବଂ ଏହି ବିଜ୍ଞପ୍ତି ମାଧ୍ୟମରେ ୧୬୮ ଯୋଗ୍ୟ ପ୍ରାର୍ଥୀଙ୍କର ଚୟନ କରାଯାଇଛି । ପ୍ରତିଟି ପଦବୀ ପାଇଁ ଯୋଗ୍ୟତା ଏବଂ ପେ-ସ୍କେଲ୍ ଆଦିକୁ ଚୟନ କରାଯାଇଛି । ଯଦି ଆପଣ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାନ୍ତି ଏବଂ ଏହି ପଦବୀ ପାଇଁ ଯୋଗ୍ୟ ଅଟନ୍ତି ତେବେ ଆପଣ ଆବେଦନ କରିବାର ଅନ୍ତିମ ସମୟ ପୂର୍ବରୁ ଆବେଦନ କରିପାରିବେ ।

କନେଷ୍ଟବଳ ଭର୍ତ୍ତି :

ବିଏସଏଫ୍ ତରଫରୁ ୬୫ ପଦବୀ ପାଇଁ ଆବେଦନ ଆମନ୍ତ୍ରିତ କରାଯାଇଛି । ଯେଉଁଥିରେ ୩୦ ଜେନେରେଟର ଅପରେଟର,୧୨ ଜେନେରେଟର ମେକାନିକ୍ ଏବଂ ୨୩ ଲାଇନମେନ୍ ପଦବୀ ମଧ୍ୟ ସାମିଲ୍ ହୋଇରହିଛି ।
ଚୟନ ପ୍ରାର୍ଥୀଙ୍କର ପେ-ସ୍କେଲ୍ ୨୧,୭୦୦ ରୁ ୬୯,୧୦୦ ଟଙ୍କା ହେବ । ଆବେଦନ କରିବା ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଆଇଟିଆଇ କରିବା ଆବଶ୍ୟକ ଏବଂ ସମ୍ବନ୍ଧିତ କାମର ବିବରଣୀ ଜାଣିବା ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ । ଆବେଦନ କରିବା ପାଇଁ ଜେନେରାଲ୍ ବର୍ଗ ଏବଂ ଓବିସି ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ୧୦୦ ଟଙ୍କାର ଫିସ୍ ଜମା କରିବାକୁ ହେବ । ଅନ୍ୟ ପ୍ରାର୍ଥୀମାନଙ୍କୁ ବିନା ଫିସରେ ଆବେଦନ କରିବାକୁ ହେବ । ଆବେଦନ କରିବାର ଅନ୍ତିମ ତାରିଖ ଅକ୍ଟୋବର ୧ ତାରିଖ । ବିଏସଏଫ୍ ସବ୍-ଇନ୍ସପେକ୍ଟର ପଦବୀରେ ୧୦୩ ପ୍ରାର୍ଥୀଙ୍କ ଚୟନ କରାଯାଇଛି ଏବଂ ଚୟନ ପ୍ରାର୍ଥୀଙ୍କ ପେ-ସ୍କେଲ୍ ୩୫,୪୦୦ ରୁ ୧,୧୨,୪୦୦ ଟଙ୍କା ହେବ । ଆବେଦନ କରିବା ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ସିଭିଲ୍ ଇଂଜିନିୟରିଂରେ ଡିପ୍ଲୋମା କରିବା ଆବଶ୍ୟକ ଅଟେ ଏବଂ ଏହି ପଦବୀରେ ୩୦ ବର୍ଷୀୟ ପ୍ରାର୍ଥୀ ଚାକିରି ପାଇଁ ଆପ୍ଲାଏ କରିପାରିବେ ।