ଗାଡି ଚାଳକଙ୍କ ପାଇଁ ଖୁସିଖବର, ବଜାରକୁ ଆସିବ ବିଏସ-୬ ପେଟ୍ରୋଲ ଓ ଡିଜେଲ ! ଜାଣନ୍ତୁ ଏଥିରୁ କଣ ମିଳିବ ଫାଇଦା

45

ଅପ୍ରେଲ ୨୦୧୯ ସୁଦ୍ଧା ୧୩ଟି ମେଟ୍ରୋ ସହରରେ ବିଏସ-୬ର ତେଲ ଉପଲବ୍ଧ କରିବା ନେଇ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପୂର୍ବରୁ ସୁପ୍ରିମକୋର୍ଟ ବିଏସ-୬ ପେଟ୍ରୋଲ –ଡିଜେଲ ଉପଲବ୍ଧ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବିଏସ-୬ ତେଲ କଣ ।ଆସନ୍ତୁ ଜାଣିବା ବିଏସ-୬ ବିଷୟରେ କିଛି ତଥ୍ୟ ।

ବିଏସର ଅର୍ଥ ହେଉଛି ଭାରତ ଷ୍ଟେଜ । ମୋଟର ଗାଡି ତଥା ବିଭିନ୍ନ ଇଞ୍ଜିନ ଉପକରଣରୁ ବାହାରୁ ଥିବା ପ୍ରଦୂଷଣର ମାନକ ହେଉଛି ବିଏସ । କୁହାଯାଉଛି ବିଏସ-୬ ଗ୍ରେଡର ଇନ୍ଧନ ଦ୍ୱାରା ପ୍ରଦୂଷଣ କମ କରାଯାଇପାରିବ । ତେବେ ଭାରତରେ ଦିଲ୍ଲୀରେ ବିଏସ-୪ର ଗ୍ରେଡର ଇନ୍ଧନ ବ୍ୟବହାର କରାଯାଉଥିବା ବେଳେ ଅନ୍ୟ ସହରରେ ଏବେ ମଧ୍ୟ ବିଏସ-୩ ଗ୍ରେଡର ଇନ୍ଧନ ବ୍ୟବହାର କରାଯାଉଛି । ବିଏସ-୬ ଇନ୍ଧନ ଆସିବା ଦ୍ୱାରା କମ କାର୍ବନ ନିର୍ଗତ ହେବ ।

ରିପୋର୍ଟ ଅନୁଯାୟୀ, ବିଏସ-୬ ତେଲରେ ସଲଫରର ମାତ୍ରା ବିଏସ-୪ ଠାରୁ ୫ ଗୁଣା ପର୍ଯ୍ୟନ୍ତ କମ ରହିବ । ବିଏସ-୬ ଗ୍ରେଡରେ ମିଳୁଥିବା ତେଲ ସମ୍ପୂର୍ଣ୍ଣ ଶୁଦ୍ଧ । ଏହି ତେଲ ପୁରୁଣା ଗାଡିରେ ବ୍ୟବହାର କରିବା ଦ୍ୱାରା ପ୍ରଦୂଷଣର ମାତ୍ରାକୁ କମ ରହିଥାଏ ।ଏହା ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ ଯେ, ଆଗାମୀ ୨୦୧୯ ଶେଷ ସୁଦ୍ଧା ବିଏସ-୬ ଗ୍ରେଡର ଡିଜେଲ ଓ ୨୦୨୦ ସୁଦ୍ଧା ବିଏସ-୬ର ଗ୍ରେଡର ଡିଜେଲ ଉପଲବ୍ଧ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି କହିଥିଲେ ।

କେତେ ମହଙ୍ଗା ହେବ ତେଲ : ସ୍ୱଚ୍ଛ ପେଟ୍ରୋଲ –ଡିଜେଲ ପ୍ରସ୍ତୁତ କରିବା ପାଇଁ ଅଏଲ ରିଫାଇନାରୀ କମ୍ପାନିକୁ ୨୮୦୦୦ କୋଟି ଟଙ୍କା ନିବେଶ କରିବାକୁ ପଡିବ । ତେବେ ତେଲର ମୂଲ୍ୟ କେତେ ରହିବ ତାହା ସେହି ସମୟରେ ଅଶୋଧିତ ତେଲର ଦର ଉପରେ ନିର୍ଭର କରିବ । ଏହା ପୂର୍ବରୁ ବିଏସ-୩ ମଡେଲର ଗାଡି ଉପରେ ପ୍ରତିବନ୍ଧ ଲଗାଇଥିଲେ ସୁପ୍ରିମକୋର୍ଟ । ଏପରିକି ଏହି ମଡେଲର ଆଉ ଗାଡି ନିର୍ମାଣ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଯାହା ଅଟୋମୋବାଇଲ କମ୍ପାନି ପାଇଁ ଏକ ବଡ ଝଟକା ଥିଲା ।