କଦଳୀ କାନ୍ଦିରେ ବ୍ରାଉନସୁଗାର ଚାଲାଣ । କ୍ୟାମେରାରେ କଏଦ ହେଲା ଧଳାଜହର କାରବାରର ସାଂଘାତିକ୍ ଚିତ୍ର, ନିଶା କବଳରେ ଯୁବପିଢ଼ି ।

360

କନକ ବ୍ୟୁରୋ : କଦଳୀ କାନ୍ଦୀରେ ବ୍ରାଉନ ସୁଗାର । ପୁଲିସ ଓ ଅବକାରୀ ବିଭାଗର ଆଖିରେ ଧୂଳି ଦେଇ କଦଳୀ କାନ୍ଦି ଭିତରେ ଆମଦାନୀ ହେଉଛି ଏହି ଧଳା ଜହର । ଆଉ ବାହାରକୁ ଆସିବା ପରେ କାଗଜ ପୁଡ଼ିଆରେ ବିକ୍ରି ହେଉଛି । ସିଗାରେଟ୍ ଜରିଆରେ ଏହି ନିଷାକୁ ସେବନ କରୁଛନ୍ତି ଗ୍ରାହକ । କଟକରୁ କେନ୍ଦ୍ରାପଡ଼ା ରାଜନଗରକୁ ବ୍ରାଉନସୁଗାର ଆମଦାନି ହେଉଥିବା ଅଭିଯୋଗ ହେଉଛି । କନକ ନ୍ୟୁଜ୍ ହାତରେ ଲାଗିଥିବା ବ୍ରାଉନସୁଗାର କାରବାରର ଏକ ଭିଡିଓ ଏବେ ଚାରି ଆଡେ ଭାଇରାଲ ହେବାର ଲାଗିଛି ।

କଦଳୀ କାନ୍ଦିରେ ‘ଧଳା ଜହର’ । ସିଗାରେଟ ଭିତରେ ‘ବ୍ରାଉନସୁଗାର’ । କନକ ନ୍ୟୁଜ୍ ହାତରେ ଲାଗିଛି ବ୍ରାଉନସୁଗାର କାରବାରର ଚିତ୍ର । ଯେଉଁଥିରେ ଦେଖିବାକୁ ମିଳିଛି, ନିଷା କାରବାର ପାଇଁ କେଉଁ ଭଳି ଗଳାବାଟ ଖୋଜି ବାହାର କରାଯାଇପାରେ । କଦଳୀ କାନ୍ଦୀ ଭିତରେ ଆସୁଛି ଧଳା ଜହର ବା ବ୍ରାଉନସୁଗାର । ଆଉ ସେହି ବ୍ରାଉନସୁଗାରକୁ ସିଗାରେଟରେ ପୁରାଇ ବେଧଡକ୍ ଚାଲିଛି ନିଷା ସେବନ । ଉପରକୁ ଦେଖିଲେ, ଯେକେହି ଭାବିବ କଦଳୀ କିଣାବିକା ହେଉଛି, ହେଲେ ଟିକେ ନିରିଖି ଦେଖିଲେ ଜାଣିପାରିବେ ଏଠି ଚାଲିଛି କ’ଣ ? କାଗଜ ପୁଡ଼ିଆରେ ଚାଲିଛି ପୁରା ବ୍ରାଉନସୁଗାର । ଆଉ ବାହାନା ସାଜିଛି କଦଳୀ କାନ୍ଦି । ପୁଲିସ ଓ ଅବକାରୀ ବିଭାଗର ଆଖିରେ ଧୁଳି ଦେଇ କଦଳୀ କାନ୍ଦୀ ଭିତରେ ଆମଦାନୀ ହେଉଛି ଏହି ଧଳା ଜହର ।

କନକ ନ୍ୟୁଜ୍ ହାତରେ ଲାଗିଥିବା ବ୍ରାଉନସୁଗାର କାରବାରର ଏହି ଭିଡିଓ ଏବେ ଚାରି ଆଡେ ଭାଇରାଲ ହେବାର ଲାଗିଛି । କୁହାଯାଉଛି, କଟକରୁ କେନ୍ଦ୍ରାପଡ଼ା ରାଜଗନଗରକୁ ଆମଦାନି ହେଉଛି ଏହି ବ୍ରାଉନସୁଗାର । ଆଉ କଲେଜ ପଢ଼଼ୁଆ ଛାତ୍ରମାନେ ଏହା କବଳରେ ପଡୁଥିବା ଅଭିଯୋଗ ହେଉଛି ।

କଦଳୀ କାନ୍ଦି ଦେଇ ଆସୁଛି ବ୍ରାଉନସୁଗାର, ହାଟରେ ବିକ୍ରି ହେଉଛି ଏବଂ ସିଗାରେଟ୍ ଜରିଆରେ ଏହି ନିଷାକୁ ସେବନ କରୁଛନ୍ତି ଗ୍ରାହକ । କୁହାଯାଉଛି, କଲେଜରେ ପାଠପଢ଼ୁଥିବା ଛାତ୍ରଛାତ୍ରୀ ଏହି ନିଷା ସେବନ କରୁଛନ୍ତି । ଆଉ ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି, ଏଭଳି ନିଷା କାରବାର ଯୋଗୁଁ ରାଜନଗର ଅଂଚଳରେ ଅପରାଧ ଭଳି ଘଟଣା ଘଟୁଛି । ତେବେ ରାଜନଗର ଭଳି ଛୋଟିଆ ସହରରେ ବ୍ରାଉନସୁଗାର ଭଳି ନିଷା କାରବାର ଏବେ ସମସ୍ତଙ୍କୁ ବିବ୍ରତ କରିଛି । ଆଉ ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।