ରାଜନଗର ଅଂଚଳରେ ବ୍ୟାପୁଛି ଧଳା ଜହର କାରବାର: କଦଳୀ କାନ୍ଦି ଭିତରେ କଟକରୁ ଆସୁଛି ବ୍ରାଉନ ସୁଗାର; ସାପ୍ତାହିକ ହାଟରେ ହେଉଛି ବିକ୍ରି

352

କନକ ବ୍ୟୁରୋ: କେନ୍ଦ୍ରାପଡା ରାଜନଗର ଅଂଚଳରେ ବଢୁଛି ଧଳାଜହର କାରବାର ।  ଆଉ ନିଶା କବଳରେ ପଡୁଛନ୍ତି ଯୁବପୀଢି । ସବୁଠାରୁ ବଡ କଥା ହେଲା, କଦଳୀ କାନ୍ଦି ଭିତରେ ଆସୁଛି ବ୍ରାଉନ ସୁଗାର ।  ରାଜନଗର ବଜାରରେ ସପ୍ତାହକୁ ଦୁଇଥର ହାଟ ବସିଥାଏ ।  ଆଉ ପ୍ରତି ସପ୍ତାହରେ କଦଳୀ କାନ୍ଦି ଭିତରେ  ଏହି ବ୍ରାଉନ ସୁଗାର କଟକରୁ ରାଜନଗର ଆସିଥାଏ  ।

 

ରାଜନଗର ଭଳି ଉପାନ୍ତ ଅଂଚଳରେ  ଏହି ଧଳାଜହର କାରବାର ବଢିଚାଲିଛି ।  ଆଉ ଧଳାଜହର ନିଶା କବଳରେ ପଡୁଛନ୍ତି ଉପାନ୍ତ ଅଂଚଳର ପିଲା ।  ସ୍ଥାନୀୟ ଅଂଚଳରେ ଏହି କାରବାର ଚାଲୁଥିଲେ ବି  ପୋଲିସ କିଭଳି ଜାଣିପାରୁନି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।   ଦେଖନ୍ତୁ ସେହି ଏକ୍ସକ୍ଲୁସିଭ ଭିଜୁଆଲ କେମିତି ଚାଲିଛି ଧଳାଜହରର କାରାବାର କେନ୍ଦ୍ରପଡାର ରାଜନଗରରେ ।