ରୋହିତଙ୍କ ପରେ ରାହୁଲ ‘ରାଜ’ । ମାଞ୍ଚେଷ୍ଟର ମୈଦାନରେ ଛକା ଓ ଚୌକାର ବର୍ଷା କରୁଛନ୍ତି ଟିମ୍ ଇଣ୍ଡିଆର ଓପନିଂ ଯୋଡି ।

82

କନକ ବ୍ୟୁରୋ : ରୋହିତଙ୍କ ପରେ ଚମକିଲେ ରାହୁଲ । ପାକିସ୍ତାନ ବିପକ୍ଷରେ ଦମଦାର ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଉଭୟ ରୋହିତ ଓ ରାହୁଲ ଅର୍ଦ୍ଧଶତକ ସହ ଭାରତ ଏକ ବଡ ସ୍କୋର ଅଭିମୁଖେ ଆଗାଉଛି । ପାକିସ୍ତାନ ବୋଲରଙ୍କୁ ନିର୍ଦ୍ଧୁମ ଛେଚିବା ସହ ହିଟମ୍ୟାନ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ରାହୁଲ ମଧ୍ୟ ନିଜର ପ୍ରଥମ ବିଶ୍ୱକପ ଅର୍ଦ୍ଧଶତକ ହାସଲ କରିଛନ୍ତି । ପାକିସ୍ତାନ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଜବରଦସ୍ତ ଇନିଂସ ଖେଳୁଛନ୍ତି ଉଭୟ ରୋହିତ ଓ ରାହୁଲ ।

ଶେଷ ରିପୋର୍ଟ ଅନୁଯାୟୀ, ରାହୁଲ ୭୪ ବଲରୁ ୩ ଚୌକା ଓ ୨ ଛକା ବଳରେ ୫୭ ରନ ଓ ରୋହିତ ୬୫ ବଲରୁ ୮ ଚୌକା ଓ ୨ ଛକା ସହ ଧୂଆଁଧାର ୭୫ ରନରେ ଖେଳୁଛନ୍ତି । ଆଉ ଏହାସହ ୨୩.୧ ବଲରେ ବିନା ୱିକେଟ ହରାଇ ୧୩୫ ରନ ହାସଲ କରିଛି । ଏହା ଚଳିତ ବିଶ୍ୱକପର ଭାରତର ସର୍ବାଧିକ ଓପନିଂ ପାର୍ଟନରସିପ ।