ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ରରେ ଫ୍ଲାଏଓଭର ଭୁଷୁଡ଼ିବା ଘଟଣାରେ ୧୯ ମୃତ! ପୋଲ ତଳେ ଚାପି ହୋଇଗଲା ୪ଟି କାର ଓ ଗୋଟିଲ ମିନି ବସ, ତଦନ୍ତ ନିର୍ଦ୍ଦେଶ ଦେଲେ ଯୋଗୀ

70

ଉତରପ୍ରଦେଶର ବାରଣାସୀ ସହରରେ ଫ୍ଲାଏ ଓଭର ଭୁଷୁଡି ୧୯ମୃତ, ୧୨ରୁ ଅଧିକ ଆହତ । ବାରଣାସୀର କ୍ୟାଂଟ ଅଂଚଳରେ ନିର୍ମାଣଧିନ ଏକ ଫ୍ଲାଏ ଓଭରର ୨ଟି ପିଲାର୍ ଭୁଷୁଡ଼ି ପଡ଼ିବାରୁ ଏହି ଅଘଟଣ ଘଟିଛି । ବର୍ତମାନ ସୁଦ୍ଧା ୧୯ଜଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ୩ ଜଣଙ୍କୁ ପିଲାର ପଡିଥିବା ଗାଡି ଭିତରୁ ଜୀବନ୍ତ ଉଦ୍ଧାର କରାଯାଇଛି । ୧୨ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।

୪ଟି କାର, ଗୋଟିଏ ଅଟୋ, ଏବଂ ଗୋଟିଏ ମିନି ବସ୍ ମଧ୍ୟ ଫ୍ଲାଏ ଓଭର ଭୁଷୁଡିବା ଯୋଗୁଁ ଚାପି ହୋଇଥିଲେ । ଗ୍ୟାସ କଟର ସହାୟତାରେ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ରାତି ଯାଏଁ ଚାଲିଥିଲା । ଆହତଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି ଘଟଣା ତଦନ୍ତ ନିର୍ଦ୍ଦେଶ ଦେବା ସହ ୪୮ ଘଂଟା ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଓ ଆହତଙ୍କୁ ୨ ଲକ୍ଷ ଟଙ୍କା ସହାୟତା ଦେବାକୁ ଯୋଗୀ ସରକାର ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀରେ ଏହି ଅଘଟଣ ଘଟିଛି । ପ୍ରଧାନମନ୍ତ୍ରୀ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।