କୋଲକାତାର ମଜେରହାଟ ଠାରେ ମଙ୍ଗଳବାର ଅପରାହ୍ନରେ ଏକ ଫ୍ଲାଏ ଓଭର ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଫ୍ଲାଏଓଭର ବ୍ରିଜ୍ ତଳେ ଅନେକ ଲୋକ ଚାପି ହୋଇଯାଇଥିବା ଆଶା କରାଯାଉଛି। ସୂଚନା ମିଳିବା ପରେ ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।
ଏହି ଦୁର୍ଘଟଣାରେ କିଛି ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଆମ୍ବୁଲାନ୍ସ ଜରିଆରେ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା କୋଲକାତା ପୁଲିସ କହିଛି। ରିପୋର୍ଟ ଲେଖାଯିବା ପର୍ୟ୍ୟନ୍ତ ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫର ୩ଟି ଟିମ୍ ଓ ସେନାର ଯବାନମାନେ ଲାଗିଛନ୍ତି।
ଦୁର୍ଘଟଣା ଘଟିଥିବା ଅଞ୍ଚଳକୁ ପୁଲିସ ନିୟନ୍ତ୍ରଣରେ ରଖାଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଲୋକଙ୍କୁ ଅନ୍ୟତ୍ର ଯିବା ପାଇଁ କୁହାଯାଉଥିବା ବେଳେ, ବ୍ରିଜର ଅବଶିଷ୍ଠାଂଶ ଭାଙ୍ଗିଯାଇପାରେ ପରେ କୋଲକାତା ମହାନଗର ନିଗମ କର୍ତ୍ତୃପକ୍ଷ ଭୟଭୀତ ହୋଇପଡ଼ିଛନ୍ତି ।
ସୂଚନାଯୋଗ୍ୟ ୨ ବର୍ଷ ତଳେ ମଧ୍ୟ କୋଲକାତାର ବୁରା ବଜାରସ୍ଥିତ ବିବେକାନନ୍ଦ ଫ୍ଲାଏଓଭର ବ୍ରିଜ ଭୁଶୁଡ଼ି ପଡ଼ିଥିଲା। ସେହ ଦୁର୍ଘଟଣାରେ ୨୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆହତ ହୋଇଥିଲେ। ବର୍ଷ ୨୦୧୬ ମାର୍ଚ୍ଚ ୩୧ରେ ନିର୍ମାଣଧିନ ୨.୨ କିଲୋମିଟର ଫ୍ଲାଏଓଭର ବ୍ରିଜର ୨ଟି ମୁଖ୍ୟ ଅଂଶ ଭୁଶୁଡ଼ି ପଡ଼ିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/PHOTO-01030214.jpg)
/kanak/media/post_attachments/wp-content/uploads/2018/09/kolkata-collapsed-1536061819-300x181.jpg)