କନକ ବ୍ୟୁରୋ : ବାହା ହେଉ ହେଉ ବିଧବା ବନିଗଲା ନବବଧୂ । ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ନବ ବିବାହିତ ଯୁବକଙ୍କ ମୃତଦେହ । ଭଦ୍ରକ ହଟପୁର ଗାଁରେ ଘଟିଛି ଏଭଳି ଏକ ଘଟଣା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ସନ୍ଦେହ ଘନେଇବାରେ ଲାଗିଛି । ମାତ୍ର କେଇ ଘଣ୍ଟା ଆଗରୁ ନୂଆ ବୋହୂକୁ ସାଥୀରେ ନେଇ ଫେରୁଥିବା ବରକୁ ଯେ, ଜୁଇରେ ଜଳିବାକୁ ପଡ଼ିବ ହୁଏତ ଏକଥା କେହି ବି କଳ୍ପନା କରିନଥିଲେ । ସାଥୀକୁ ନେଇ ବୈବାହିକ ଜୀବନ ଆରମ୍ଭ କରିବା ଆଗରୁ ସାଥ୍ ଛାଡ଼ି ଦେଲା ଜୀବନ ।
ଭଦ୍ରକ ଜିଲ୍ଲା ହଟପୁର ଗାଁର ଗୟାଧର ନାୟକଙ୍କ ପୁଅ ରତ୍ନାକର ନାୟକ, ଗତ ୨୪ ତାରିଖରେ ବେଶ ଧୁମଧାମରେ ବାହା ହୋଇ ନୂଆ ବୋହୂକୁ ନେଇ ଘରକୁ ଫେରିଥିଲେ ।ଘରେ ଥିଲା ଖୁସିର ମାହୋଲ, ହେଲେ ଅଚାନକ୍ ଘଟିଲା ଏକ ଅଘଟଣ । ରତ୍ନାକର ପାଖକୁ ଆସିଲା ଏକ ଅଜଣା ଫୋନ୍ କଲ୍ । ଫୋନ୍ ଧରି ଘର ବାହାରକୁ କଥା ହେବା ପାଇଁ ବାହାରିଗଲେ ରତ୍ନାକର । ହେଲେ ଯେତେବେଳେ ଖାଇବାକୁ ଖୋଜା ପଡିଲା ଆଉ ସେ ନଥିଲେ । ଘର ପଛ ପଟକୁ ଯାଇ ଦେଖିଲା ବେଳକୁ ଗଛରେ ଝୁଲୁଛି ମୃତଦେହ ।
ରତ୍ନାକରଙ୍କ ପରିବାର ଲୋକ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିବା ବେଳେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।ଅଚାନକ୍ ରତ୍ନାକରଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଘନିଭୂତ ହେଉଥିବା ବେଳେ ମୃତ୍ୟୁର ରହସ୍ୟ ଖୋଜିବା ବର୍ତମାନ ପୁଲିସ ପାଇଁ ଚ୍ୟାଲେଂଜ୍ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-28-at-8.00.04-PM.png)