ପିଆଜର ବଢୁଥିବା ଦର ଭିତରେ ଆସିଲା ରୋଚକ ଖବର । ବିବାହ ମଣ୍ଡପରେ ପରସ୍ପରକୁ ପିଆଜ ମାଳ ପିନ୍ଧାଇଲେ ବରକନ୍ୟା । ଅତିଥୀ ଦେଲେ ପିଆଜ ଉପହାର

ଉତ୍ତରପ୍ରଦେଶ ବାରଣାସୀର ଘଟଣାକୁ ନେଇ ସବୁଠି ଚର୍ଚ୍ଚା

360

କନକ ବ୍ୟୁରୋ: ସାରା ଦେଶରେ ପିଆଜ ଦର ଅଧିକ ରହିବା ପରେ ଏହାକୁ ନେଇ ଅନେକ ସୋସିଆଲ ମିଡିଆ ମିମ୍ସ ସାମ୍ନାକୁ ଆସିଛି । ଏପରିକି ଲୋକେ ପିଆଜ ଦରକୁ ସମାଲୋଚନା କରିବା ଉଦ୍ଦେଶ୍ୟରେ ବିବାହ ଉତ୍ସବରେ ପିଆଜ ଉପହାର ଦେବାର ମଧ୍ୟ ଆପଣ ଦେଖିଥିବେ । ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଘୁରିବୁଲୁଛି । ହେଲେ ଏହା ଏମିତି ଏକ ଚିତ୍ର ଯାହା ହୁଏତ ଆପଣ କେବେ ଦେଖିନଥିବେ କି ଶୁଣି ମଧ୍ୟ ନଥିବେ । ତେବେ ଏହା କୌଣସି ସୋସିଆଲ ମିଡିଆ ମିମି ନୁହେଁ, ବରଂ ସତ ଘଟଣା ।

ଯେଉଁଠି ବର-କନିଆ ପରସ୍ପରକୁ ମାଳ ତ ପିନ୍ଧାଉଛନ୍ତି, ହେଲେ ଏଠି ଫୁଲର ସ୍ଥାନ ନେଇଛି ପିଆଜ । ହିନ୍ଦୁ ପରମ୍ପରାରେ ବିବାହ ସମୟରେ ଏହିଭଳି ପରସ୍ପରକୁ ମାଳ ପିନ୍ଧାଇବାର ପ୍ରଥା ରହିଛି । କିନ୍ତୁ ଉତର ପ୍ରଦେଶର ବାରଣାସୀରେ ବର-କନିଆ ଏହିଭଳି ପରସ୍ପରକୁ ପିଆଜର ମାଳ ପିନ୍ଧାଉଥିବା ଦେଖିବାକୁ ମିଳିଛି । କୁହାଯାଉଛି ନୂଆକରି ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏହି ଦମ୍ପତି ବର୍ଦ୍ଧିତ ପିଆଜ ଦରକୁ ସମାଲୋଚନା କରିବା ଉଦ୍ଦେଶ୍ୟରେ ଏଭଳି ନିଆରା କଥା ଚିନ୍ତା କରିଥିଲେ । ଅବଶ୍ୟ ଏଠି ବି ଅତିଥୀମାନେ ପିଆଜ ଉପହାର ଦେଉଥିବା ଦେଖିବାକୁ ମିଳିଥିଲା ।