ଭାରତର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବ୍ରାଜିଲର ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣକୁ ସାଦର ସହକାରେ ଗ୍ରହଣ କଲେ ବ୍ରାଜିଲ ରାଷ୍ଟ୍ରପତି ।

310

ପ୍ରଧାନମନ୍ତ୍ରୀ ମୋଦି ୧୧ ତମ ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବାକୁ ବ୍ରାଜିଲ ଗସ୍ତରେ ଯାଇଛନ୍ତି । ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବୋସ୍ଲୋନାରୋଙ୍କୁ ଭେଟିଛନ୍ତି ଏବଂ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋସ୍ଲୋନାରୋ ଆସନ୍ତା ବର୍ଷ ଭାରତର ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ସୂଚନା ମିଳୁଛି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକୁ ବୁଧବାର ଖୁସିରେ ଗ୍ରହଣ କରିଛନ୍ତି । ଏହି ବ୍ରିକ୍ସ ସମ୍ମିଳନୀ ଆତଙ୍କବାଦ ନିରୋଧକ ପାଇଁ ସହଯୋଗ କରିବ ଏବଂ ବିଶ୍ୱର ୫ ପ୍ରମୁଖ ଅର୍ଥବ୍ୟବସ୍ଥା ସହିତ ଭାରତର ସମ୍ପର୍କକୁ ଦୃୃଢ କରିବ ।

ବ୍ରିକ୍ସ ବିଶ୍ୱର ୫ ବିକଶିତ ଅର୍ଥବ୍ୟବସ୍ଥା ସମୂହ ଅଟେ,  ଯେଉଁଥିରେ ବ୍ରାଜିଲ, ଋଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ସାମିଲ ଅଛି । ଉଭୟ ନେତା ଦ୍ୱିପାକ୍ଷୀକ ସମ୍ପର୍କ ମଜବୁତ ଲାଗି ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋସ୍ଲୋନାରୋଙ୍କୁ ୨୦୨୦ ଗଣତନ୍ତ୍ର ସମାରୋହ ପାଇଁ ନିମନ୍ତ୍ରଣ ଦେଇଛନ୍ତି । ବ୍ରାଜିଲ ରାଷ୍ଟ୍ରପତି ଏହାକୁ ଆଗ୍ରହ ସହକାରେ ଗ୍ରହଣ କରିଛନ୍ତି ।

Comments are closed.