ପ୍ରଧାନମନ୍ତ୍ରୀ ମୋଦି ୧୧ ତମ ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବାକୁ ବ୍ରାଜିଲ ଗସ୍ତରେ ଯାଇଛନ୍ତି । ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବୋସ୍ଲୋନାରୋଙ୍କୁ ଭେଟିଛନ୍ତି ଏବଂ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋସ୍ଲୋନାରୋ ଆସନ୍ତା ବର୍ଷ ଭାରତର ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ସୂଚନା ମିଳୁଛି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକୁ ବୁଧବାର ଖୁସିରେ ଗ୍ରହଣ କରିଛନ୍ତି । ଏହି ବ୍ରିକ୍ସ ସମ୍ମିଳନୀ ଆତଙ୍କବାଦ ନିରୋଧକ ପାଇଁ ସହଯୋଗ କରିବ ଏବଂ ବିଶ୍ୱର ୫ ପ୍ରମୁଖ ଅର୍ଥବ୍ୟବସ୍ଥା ସହିତ ଭାରତର ସମ୍ପର୍କକୁ ଦୃୃଢ କରିବ ।
ବ୍ରିକ୍ସ ବିଶ୍ୱର ୫ ବିକଶିତ ଅର୍ଥବ୍ୟବସ୍ଥା ସମୂହ ଅଟେ, ଯେଉଁଥିରେ ବ୍ରାଜିଲ, ଋଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ସାମିଲ ଅଛି । ଉଭୟ ନେତା ଦ୍ୱିପାକ୍ଷୀକ ସମ୍ପର୍କ ମଜବୁତ ଲାଗି ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋସ୍ଲୋନାରୋଙ୍କୁ ୨୦୨୦ ଗଣତନ୍ତ୍ର ସମାରୋହ ପାଇଁ ନିମନ୍ତ୍ରଣ ଦେଇଛନ୍ତି । ବ୍ରାଜିଲ ରାଷ୍ଟ୍ରପତି ଏହାକୁ ଆଗ୍ରହ ସହକାରେ ଗ୍ରହଣ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/11/fer.png)
/kanak/media/post_attachments/wp-content/uploads/2019/11/830113-pm-modi-brazil-1-300x169.jpg)