ମୃତ୍ୟୁକୁ ମାତ୍ ଦେଲା ନାବାଳକର ସାହାସ ! ୪୦ ଫୁଟ ମୃତ୍ୟୁର କୂଅରୁ ଜୀବନ ପାଇଲା ଅଢେଇ ବର୍ଷର ଶିଶୁ

33

କନକ ବ୍ୟୁରୋ : ନାବାଳକର ଉପସ୍ଥିତି ବୁଦ୍ଧି ଓ ସାହାସ ମୃତ୍ୟୁର କୂଅରୁ ଛଡାଇ ଆଣିଛି ଜୀବନ । ଖେଳୁ ଖେଳୁ ୪୦ ଫୁଟ ଗଭୀର କୂଅ ଭିତରକୁ ଖସି ପଡିଥିଲା ଅଢେଇ ବର୍ଷ ଶିଶୁ ମିନୁ । କୁନି ଝିଅଟି କୂଅ ଭିତରକୁ ଖସିପଡିଥିବା ଦେଖି ହତବାକ୍ ହୋଇଯାଇଥିଲେ ସମସ୍ତେ । ଚାରିଆଡେ ହୋହଲ୍ଲା ଚାଲିଥିବା ବେଳେ ଦେବଦୂତ ଭଳି କୂଅ ଭିତରକୁ ଡେଇଁ ପଡିଥିଲେ କୁନି ଝିଅର ମାମୁଁ କୃଷ୍ଣଚନ୍ଦ୍ର ନାୟକ । ଅକାତ ପାଣିରୁ ଭାଣିଜୀକୁ ସାହସର ସହ ଉଦ୍ଧାର କରି କୂଅରେ ଥିବା ପାଇପ୍ ସାହାଯ୍ୟରେ ଉପରକୁ ଆସିଥିଲେ କେନ୍ଦୁଝର ଜିଲ୍ଲ ଚମ୍ପୁଆ ବ୍ଲକ କୋଦଗାଡିଆ ଗାଁର କୃଷ୍ଣଚନ୍ଦ୍ର ।

ନୂତନ ଜୀବନ ପାଇଥିବା ମିନୁ ଏବେ ମା’ ପାଖରେ ବେଶ ଖୁସି ଅଛି । ଦୁର୍ଭାଗ୍ୟବଶତଃ ଜୀବନ କଣ ଜାଣିବାରୁ ଆଗରୁ ଲିଭିଯାଇଥାନ୍ତା କୁନି ଝିଅର ଜୀବନ । ବୁଧବାର ମଧ୍ୟାହ୍ନରେ ଘଟିଥିବା ଏହି ଘଟଣା କୋଦଗାଡିଆ ଅଂଚଳରେ ଚହଳ ପକାଇଥିଲା । କୃଷ୍ଣଚନ୍ଦ୍ରଙ୍କର ସାହସକୁ ଅଂଚଳବାସୀ ଭୂରିଭୂରି ପ୍ରଂଶସା କରିଛନ୍ତି ।