ପ୍ରବଳ ଜୁଆର ମାଡରେ ଚିଲିକାରେ ଧସିଲା ସୁରକ୍ଷା ପ୍ରାଚୀର : ଶହେ ଫୁଟରୁ ଅଧିକ ଘାଇ ମେଲି ଗାଁ ଭିତରେ ପଶିଲା ଜୁଆର ପାଣି

32

କନକ ବ୍ୟୁରୋ :  ପ୍ରବଳ ଜୁଆର ମାଡରେ ଚାଲିକାରେ ସୁରକ୍ଷା ପ୍ରାଚୀର ଧସି ଯାଇଛି । ଶହେ ଫୁଟରୁ ଅଧିକ ଘାଇ ମେଲି ଗାଁ ଭିତରେ ଜୁଆର ପଶିଛି । ଗାଁ ଦାଣ୍ଡରେ ଜୁଆର ଲହଡି ମାରିଛି । ୨୦ରୁ ଅଧିକ ପରିବାରର ଘର ଭାଙ୍ଗିଯାଇଛି । ଏହି ପରିବାର ନିଜ ବନ୍ଧୁଘର ଓ ଗାଁ କୋଠା ଘରେ ଆଶ୍ରୟ ନେଇଛନ୍ତି । ଏବେ ବି ଜୁଆର ଅଧା ଗାଁକୁ ନିଜ କବଳରେ ରଖିଛି । ଜୁଆର ମାଡରେ ପୁଣି ୩ କିଲୋମିଟର ଚିଲିକା ସୁରକ୍ଷା ପ୍ରାଚୀର ଧସିଯାଇଛି ।

ଫଳରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ମେରାଇନ ଥାନା ଅନ୍ତର୍ଗତ ଅରଖକୁଦା ପଂଚାୟତ ସିପବନ୍ତସାହି ଗାଁକୁ ଲାଗି ଗତକାଲି ରାତିରେ ଚିଲିକା ସୁରକ୍ଷା ପ୍ରାଚୀର ଧରି ଗାଁ ଭିତରକୁ ଜୁଆର ପଶିଥି । ଗାଁ ଦାଣ୍ଡରେ ଜୁଆର ପାଣି ଲହଡି ମାରୁଛି । ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ଲେକେ ଜଳବନ୍ଦୀ ହୋଇ ରହିଛନ୍ତି ।