ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ବର୍ଷକ ପରେ ଉଠିଲା ନିଲମ୍ବନ । ବ୍ରହ୍ମ ବିଭ୍ରାଟ ଯୋଗୁଁ ନିଲମ୍ବିତ ହୋଇଥିବା କୃଷ୍ଣଚନ୍ଦ୍ର ଦାସ ମହାପାତ୍ର ଏବଂ କାଶିନାଥ ଦାସମହାପାତ୍ରଙ୍କ ଉପରୁ ଉଠିଲା ନିଲମ୍ବନ । ନିଲମ୍ବନ ପ୍ରତ୍ୟାହାର ହୋଇଥିବାରୁ ଏଣିକି ଶ୍ରୀଜିଉଙ୍କ ସେବାରେ ଭାଗ ନେଇପାରିବେ ଏହି ଦୁଇ ଦଇତାପତି । ସେହିପରି ଆର୍ତତ୍ରାଣ ପ୍ରତିହାରୀଙ୍କ ଉପରୁ ମଧ୍ୟ ସାମୟିକ ଭାବେ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯାଇଛି । ବାରଣ ସତ୍ୱେ ରଥରେ ମହିଳା ଚଢ଼ିବା ଘଟଣାରେ ନିଲମ୍ବିତ ହୋଇଥିଲେ ଆର୍ତତ୍ରାଣ ପ୍ରତିହାରୀ । ନିଲମ୍ବନ ପ୍ରତ୍ୟାହାର ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବ୍ରହ୍ମ ପରିବର୍ତନ ସମୟରେ ଉପସ୍ଥିତ ରହିବା ନେଇ ସେବାୟତଙ୍କ ମଧ୍ୟ ବିବାଦ ହୋଇଥିଲା । ଯାହାଫଳରେ ମଧ୍ୟରାତ୍ରୀରେ ହେଉଥିବା ବ୍ରହ୍ମ ପରିବର୍ତନ ଦିବାଲୋକରେ ହୋଇଥିଲା । ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ବେଶ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ଘଟଣାରେ ଜଗନ୍ନାଥ ଟେମ୍ପୁଲ ଆକ୍ଟ ଅନୁସାରେ କୃଷ୍ଣଚନ୍ଦ୍ର ଦାସ ମହାପାତ୍ର ଏବଂ କାଶିନାଥ ଦାସମହାପାତ୍ରଙ୍କୁ ନିଲମ୍ବିତ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ସୁରୋଶ ମହାପାତ୍ର ।
ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ : ଦୁଇ ସେବାୟତଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ
/kanak/media/post_attachments/wp-content/uploads/2016/06/Screen-shot-2016-06-19-at-9.56.31-PM.png)