କନକ ବ୍ୟୁରୋ : ନାବଳକକୁ ମାଳିଦେଲା ନାବଳକ । ଜଣେ ନବାଳକ ଛୁରାମାଡ଼ରେ ଆଉ ଜଣେ ନାବାଳକ ମୃତ୍ୟୁ ହୋଇଛି । ଏହି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ସହରରେ । ଦୁଇ ନାବାଳକଙ୍କ ମଧ୍ୟରେ ସାମାନ୍ୟ କଳିରୁ ଘଟି ଯାଇଛି ଏଭଳି ଜଘନ୍ୟ କାଣ୍ଡ । ଗତକାଲି ସଂନ୍ଧ୍ୟାରେ ତୁଷାର ରାୱତ ଦେହେରିପାଲି ସ୍ଥିତ ପିଉସୀ ଘର ନିକଟରେ ସାଇକେଲ ଚଳାଉଥିଲେ । ସେହି ସମୟରେ ଜଣେ ୧୨ ବର୍ଷ ନାବାଳକ ଦେହରେ ସାଇକେଲ ହ୍ୟାଣ୍ଡଲ ବାଜି ଯାଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ସମୟ ପାଟିତୁଣ୍ଡ ହୋଇଥିଲା ।
ଏଥିରେ ଉତକ୍ଷିପ୍ତ ହୋଇ ନାବାଳକ ଜଣଙ୍କ ପକେଟରୁ ରଖିଥିବା ଛୁରୀରେ ତୁଷାରଙ୍କ ବେକକୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ତୁଷାରଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ସଦର ଡ଼ାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତ ନାବଳକ ଫେରାର ରହିଛି । ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଉତ୍ତର ପ୍ରଦେଶ ବନାରସରୁ ସମ୍ବଲପୁର ପିଉସୀ ଘରକୁ ବୁଲିବାକୁ ଆସିଥିଲେ ତୁଷାର । ଏହି ବୁଲିବା ତାଙ୍କ ପାଇଁ ଶେଷ ଯାତ୍ରା ହୋଇଯାଇଛି ।
ସୂଚନାଯୋଗ୍ୟ, ବନାରସରୁ ନିଜ ସମ୍ପର୍କୀୟ ଘରକୁ ବୁଲି ଆସିଥିବା ଜଣେ ୧୪ ବର୍ଷର ପିଲାକୁ ହତ୍ୟା କରାଯାଇଛି। ଦେହରେ ସାଇକଲ୍ ହ୍ୟାଣ୍ଡେଲ୍ ବାଜିଯିବାରୁ ଜଣେ ନାବାଳକ ତାଙ୍କୁ ଛୁରି ଭୁସି ହତ୍ୟା କରିଛି। ଉତ୍ତରପ୍ରଦେଶ ବନାରସର ସ୍ୱର୍ଗତ ଉମେଶ ରାଓ୍ଵତ ଏବଂ ଲକ୍ଷ୍ମୀ ଦେବୀଙ୍କ ୧୪ ବର୍ଷର ପୁଅ ତୁଷାର ସେଠାରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସ୍କୁଲ ଛୁଟି ହୋଇଥିବାରୁ କିଛି ଦିନ ତଳେ ସେ ସମ୍ବଲପୁରରେ ରହୁଥିବା ନିଜ ପିଉସୀ ସୋନି ଦେବୀଙ୍କ ଘରକୁ ବୁଲିବାକୁ ଆସିଥିଲେ। ସୋନି ଦେବୀ ବୁଢ଼ାରଜା ବାଳିକା ହାଇସ୍କୁଲ ନିକଟରେ ଏକ ଭଡ଼ା ଘରେ ରହୁଛନ୍ତି। ଶୁକ୍ରବାର ସଂଧ୍ୟା ୬ଟା’ରେ ତୁଷାର ସେହି ସ୍କୁଲ ପାଚେରି ନିକଟରେ ସାଇକଲ ଚଲାଉଥିଲେ। ସେତିକିବେଳେ ତା’ ସାଇକଲର ହ୍ୟାଣ୍ଡେଲ ପାଖରେ ବୁଲୁଥିବା ପଡ଼ୋଶୀ ପରିବାରର ଜଣେ ବାଳକ ଦେହରେ ବାଜି ଯାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/163557_3159544_updates.jpg)