ସେଲ୍ଫି ନିଶା ଯୋଗୁଁ ବାଜି ଲାଗିଲା ଜୀବନ । ସେଲ୍ଫି ନେଲା ବେଳେ ନଦୀରେ ଭାସିଗଲେ ବୈପାରୀଗୁଡାର ଯୁବକ

905

କନକ ବ୍ୟୁରୋ: ସେଲ୍ଫି ନିଶା ଯୋଗୁଁ ବାଜି ଲାଗିଲା ଜୀବନ । ସେଲ୍ଫି ଉଠାଉଥିବା ବେଳେ ନଦୀରେ ଭାସିଗଲେ ଯୁବକ । ଯୁବକ ଜଣକ ହେଉଛନ୍ତି ବୈପାରୀଗୁଡ଼ାର ରିତିକ୍ ଆଚାରୀ । ଗତକାଲି ରିତିକ୍ ସାଙ୍ଗମାନଙ୍କ ସହ ପିକ୍ନିକ୍ ପାଇଁ ଗୁପ୍ତେଶ୍ୱର ଯାଇଥିଲେ । ଆଉ ସେଠି ଝରଣା ନିକଟରେ ସେଲ୍ଫ ନେଉଥିବା ସମୟରେ ଗୋଡ଼ ଖସିଯାଇଥିଲା । ଆଉ ଝରଣା ଦେଇ ନଦୀର ପ୍ରଖର ସ୍ରୋତରେ ଭାସିଗଲେ । ଖବର ପାଇ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାମ ଆରମ୍ଭ କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ରିତିକଙ୍କ କୌଣସି ପତା ମିଳି ନାହିଁ ।