ପୁରୀ : ଲଗାଣ ବର୍ଷା ଯୋଗୁଁ ଭୁଷୁଡିଲା ପାଚେରୀ, ସାକ୍ଷୀ ଗୋପାଳଙ୍କ ମନ୍ଦିରରୁ ଖସିଲା ପଥର

25

କନକ ବ୍ୟୁରୋ : ଲଗାଣ ବର୍ଷାରେ ଶ୍ରୀକ୍ଷେତ୍ରରେ ହାଲ ବେହାଲ । ପୁରୀ ଲଗାଣ ବର୍ଷା ଯୋଗୁଁ ମନ୍ଦିରର ପରିସରରେ ପାଚେରୀ ଭୁଷୁଡିଛି । ଲୋକନାଥ ମନ୍ଦିରର ପରିସରରେ ଥିବା ପାର୍ବତୀ ସାଗରର ପାଚେରୀ ଭାଙ୍ଗି ଯାଇଛି । ପ୍ରବଳ ବର୍ଷା ଯୋଗୁଁ ଏଭଳି ଘଟିଛି । ସେପଟେ ପିପିଲି ସାକ୍ଷୀ ଗୋପାଳ ମନ୍ଦିରରେ ମଧ୍ୟ ଅଘଟଣ ହୋଇଛି । ମନ୍ଦିରରୁ ପଥର ଖସିଛି । ସାକ୍ଷୀ ଗୋପାଳଙ୍କ ମନ୍ଦିରରୁ ପଥର ଖସିବାରୁ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।