ଭିନ୍ନ ଏକ ମନ୍ଦିର ଗନ୍ଧରାଡି…ଗୋଟିଏ ପିଣ୍ଡିରେ ପୂଜା ପାଉଛନ୍ତି ହରି-ହର…ମନ୍ଦିର ଚୂଳରେ ବିରାଜମାନ ଶିବଲିଙ୍ଗ ଏବଂ ସ୍ୱୟଂ ନାରାୟଣ

381

କନକ ବ୍ୟୁରୋ: ଭିନ୍ନ ଏକ ମନ୍ଦିର ଗନ୍ଧରାଡି । ଗୋଟିଏ ପିଣ୍ଡିରେ ପୁଜା ପାଉଛନ୍ତି ହରି ଏବଂ ହର । ହରିହରଙ୍କ ଯୁଗ୍ମ ମନ୍ଦିରର କାରୁକାର୍ଯ୍ୟ ତଥା ନିର୍ମାଣଶୈଳୀ ଅତ୍ୟନ୍ତ ଆକର୍ଷଣୀୟ ଥିବାବେଳେ ଶିବଙ୍କ ମନ୍ଦିର ଚୂଳରେ ରହିଛି  ଶିବଲିଙ୍ଗ ଏବଂ ବିଷ୍ଣ୍ୁଙ୍କ ମନ୍ଦିର ଚୂଳରେ ବିରାଜମାନ ସ୍ୱୟଂ ନାରାୟଣ । ଯାହାକି ପୃଥିବୀରେ ବିରଳ ।  କିମ୍ବଦନ୍ତୀ ଅନୁସାରେ ବିନା ଶୌଚରେ ବି ଦର୍ଶନ କରିବାର ପରମ୍ପରା ରହିଥିବା ଏହି ସିଦ୍ଧ  ମନ୍ଦିରରେ  ବହୁ ମାନସିକ ଧାରୀଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥିବା ନଜୀର ରହିଛି ।

ଏ ହେଉଛି ବୌଦ୍ଧ ଜିଲ୍ଲାର ଗନ୍ଧରାଡି ମନ୍ଦିର ତଥା ଚାରିଶମ୍ଭୁ ମନ୍ଦିର । ଅଷ୍ଟମ ଶତାଦ୍ଦୀରେ ବୌଦ୍ଧ ରାଜା ଗନ୍ଧମାର୍ଦ୍ଦନ ଦେବଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଏହି ମନ୍ଦିରର କାରୁକାର୍ଯ୍ୟ ତଥା ନିର୍ମାଣ ଶୈଳୀ ସଂପର୍ଣ୍ଣ ସ୍ୱତନ୍ତ୍ର । ଗୋଟିଏ ପୀଠରେ ପୂଜାପାଉଛନ୍ତି ବାବା ସିଦେ୍ଧଶ୍ୱର ଏବଂ ପ୍ରଭୂ ନୀଳମାଧବ । ଆଉ ସିଦେ୍ଧଶ୍ୱର ମନ୍ଦିର ଙ୍କ ଚୂଳରେସିଦ୍ଧ ଶିବ ଲିଙ୍ଗ ପ୍ରତିଷ୍ଠିତ ହୋଇଥିବାବେଳେ ନୀଳମାଧବ ଙ୍କ ମନ୍ଦିର ଚୂଳରେ ଥିବା ସୁଦର୍ଶନ ଚକ୍ର ରେ ବିରାଜମାନ ସ୍ୱୟଂ ନାରାୟଣ ଯାହାକି ପୃଥିବୀରେ ବିରଳ । ସେପଟେ ଏହି ମନ୍ଦିରର ବିଶେଷତ୍ୱ ହେଲା କେହି ବି ଶ୍ରଦ୍ଧାଳୁ ବିନା ଶୌଚରେ ବି ପ୍ରଭୂଙ୍କ ସାନିଗ୍ଧ ଲାଭ କରିଥିବା ବେଳେ ବହୁ ମାନସିକଧାରୀ ଅଧିଆପଡି ବରଲାଭ କରିବାର ନଜିର  ରହିଛି । କାହିଁକି ନା ଏହି ମନ୍ଦିର ଚୂଳରେ ଅବସ୍ଥାପିତ ହୋଇଛନ୍ତି ସିଦ୍ଧ ଲିଙ୍ଗ ଯାହାକି ଅନ୍ୟ କୌଣସି ବି ସ୍ଥାନରେ ଏହା ଦେଖିବାକୁ ମିଳିନଥାଏ । ଆଉ ଏହି ମନ୍ଦିର ଅତିଆକର୍ଷଣୀୟ ଥିବାବେଳେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ଏଠାକୁ ।

ରାଜା ଗନ୍ଧମାର୍ଦ୍ଦନ ଜଣେ ବିଷ୍ଣ୍ୁ ଭକ୍ତ ଥିବାବେଳେ ରାଣୀ ଥିଲେ ଶିବ ଭକ୍ତ ତେଣୁ ରାଜା ଗୋଟିଏ  ପୀଠରେ  ହରି ଏବଂ ହରଙ୍କ ଯୁଗ୍ମ ମନ୍ଦିର ନିର୍ମାଣ କରିଥିବା ମତ ଦିଅନ୍ତି ଗବେଷକ ।  କିମ୍ବଦନ୍ତୀ କୁହେ ମହାଭାରତ ଯୁଦ୍ଧ ପୂର୍ବରୁ ଅଜ୍ଞାତ  ବନବାସ ସମୟରେ  ପଞ୍ଚୁପାଣ୍ଡବ ଏହି ଅଞ୍ଚଳରେ ଅବସ୍ଥାନ କରିବା ସହିତ ବାବା ସିଦେ୍ଧଶ୍ୱରଙ୍କ କୃପା ଲାଭ କରିଥିଲେ । ଆଉ ଏହି ମାଟିରେ ରାଜୁତି କରୁଥିବା ଗୋସିଙ୍ଗା ଦତ୍ତ୍ୟ ଅସୁରକୁ ବାବା ସିଦେ୍ଧଶ୍ୱରଙ୍କ ଆର୍ଶୀବାଦ ଲାଭ କରି ଅର୍ଜ୍ଜୁନ ବଧ  ମଧ୍ୟ କରିଥିଲେ । ତେବେ ଯଦିଓ ଏହି ମନ୍ଦିରଟି ଅଷ୍ଟମ ଶତାଦ୍ଦୀର ଆଉ ଏହାକୁ ଏସଆଇ ହାତକୁ ନେଇଛି ତଥାପି ଏହି ମନ୍ଦିରର ଆଖିଦୃଷିଆ  ଉନ୍ନତି ହୋଇପାରୁନାହିଁ ।

ତେବେ ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ତଥା ବିରଳ  ମନ୍ଦିର ପ୍ରତି ସରକାର ଦୃଷ୍ଟି ଦେଇ ଏହାର ଅଧିକରୁ ଅଧିକ ଉନ୍ନତି କଲେ ଦେଶ ବିଦେଶରୁ ଆହୁରି ପର୍ଯ୍ୟଟକଙ୍କ  ସଂଖ୍ୟା ବଢିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।