ଧାନ ଖଳାରେ ନିଆଁ : ବୌଦ୍ଧ ସିନ୍ଦୁରପୁର ଗାଁରେ ହୁତୁ ହୁତୁ ହୋଇ ଜଳିଗଲା ୭ ଏକର ଜମିର ଧାନ, ଛାରଖାର ହୋଇଗଲା ଚାଷୀର ବର୍ଷକର ପରିଶ୍ରମ

275

ଧାନ ଖଳାରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଳିଗଲା ଧାନଗଦା । ପୋଡି ପାଉଁଶ ହୋଇଗଲା ଚାଷୀର ବର୍ଷକର ପରିଶ୍ରମ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସିନ୍ଦୁରପୁର ଗାଁରେ । ଗାଁର ମନୋଜ ଭୋଇ ୭ ଏକର ଜମିରୁ ଧାନ କାଟି ଆଣି ଅମଳ ଆଶାରେ ଖଳାରେ ଗଦା କରି ରଖିଥିଲେ । ହେଲେ ଗତକାଲି ରାତିରେ କୌଣସି ପ୍ରକାର ଧାନ ଗଦାରେ ନିଆଁ ଲାଗି ସବୁ ପୋଡି ଯାଇଛି । ଗତକାଲିର ନିଆଁରେ ଚାଷୀଙ୍କର ସବୁ ଆଶା ପୋଡି ଯାଇଛି । ଅଗ୍ନିକାଣ୍ଡ ନେଇ ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ କଣ୍ଟାମାଳ ଓ ସୋନପୁରର ଦମକଳ ବାହିନୀ । ହେଲେ ସେତେବେଳକୁ ସବୁ ପୋଡି ଅଙ୍ଗାର ହୋଇ ସାରିଥିଲା । କେହେ ଦୁର୍ବୃତ ଧାନ ଗଦାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ଚାଷୀ ।